Latest Odisha News

ଜମିବାଡି ପାଇଁ ଭାଇ ଭୁଲିଗଲା ରକ୍ତ ସମ୍ପର୍କ; ପରିବାରର ୪ ଜଣଙ୍କୁ ହତ୍ୟା କଲା

ବରଗଡ: ଦିନେ ଥିଲା ଭାଇ  । ହେଲେ ଆଜି ସେ ସାଜିଲା ଯମ । ଭୁଲିଗଲା ରକ୍ତର ସମ୍ପର୍କ । ଭୁଲିଗଲା ମାନବିକତା । ସ୍ନହ ଶ୍ରଦ୍ଧା ଭଲପାଇବାଠାରୁ ବଡ ହେଲା  ଜମି । କେତେହାତ ଜମି ପାଇଁ ଭାଇର ବଂଶ ବୁଡାଇ ଦେଲା ଭାଇ । ଏମିତି ଦୁଃଖଦ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ଜମିବାଡି ବିବାଦକୁ କେନ୍ଦ୍ରକରି ବଡଭାଇ, ଭାଉଜ ସମେତ ଝିଆରୀ ଓ ପୁତୁରାଙ୍କୁ ହତ୍ୟା କରିଛି ସାନଭାଇ ।

BjdElectrycity

ଏହି ଘଟଣାକୁ ନେଇ ଭଟଲି ଥାନା ଅଧିନ ଝିକିଝିକି ଗାଁରେ ଖେଳି ଯାଇଛି ଚାଞ୍ଚଲ୍ୟ । ବାପା, ମାଆ, ପୁଅ ଓ ଝିଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘରୁ ଉଦ୍ଧାର କରାଯାଇଛି । ୪ଜଣଙ୍କୁ ଦାଦା ହତ୍ୟା ଶାବଳରେ ହତ୍ୟା କରିଥିବା ଜଣାପଡିଛି । ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ମୃତକ ମାନେ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ  । ଘଟଣାସ୍ଥଳରେ ପହଞ୍ଚି ଭଟଲି ଥାନା ପୋଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦାଦା ଶିବ ବାଗକୁ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.