Latest Odisha News

ଭିସୁଟର ୪ କର୍ମଚାରୀ କରୋନା ପଜିଟିଭ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ଆଉ ଚାରିଜଣ କର୍ମଚାରୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଭିସୁଟର ସୂଚନା ଅନୁଯାୟୀ, ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ସଂକ୍ରମିତ ହେବା ପରେ ପ୍ରାୟ ୬୦ ଜଣ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସମ୍ପୃକ୍ତ ଅଧ୍ୟାପିକା କରୋନା ପଜିଟିଭ୍ ପରେ କଟକସ୍ଥିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ।

ଚାରୋଟି ନୂତନ ମାମଲା ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଜୁଲାଇ ୧୧ ପର୍ଯ୍ୟନ୍ତ ଭିସୁଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଏହି ଅବଧି ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ୱାଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିସୁଟର ବିଜ୍ଞପ୍ତି ଅନୁଯାୟୀ ଓସିଏସ(ସିସିଆଣ୍ଡଏ) ନିୟମ ୧୯୬୨ ଅନୁଯାୟୀ ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.