Latest Odisha News

BREAKING NEWS

୫ ନୁହେଁ ରାଜ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ, ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ରେ ପଂହଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ଟ୍ୱିଟ ଜାରି କରି ସ୍ପଷ୍ଟ କରାଯାଇଛି ।

ଗତକାଲି ଗଂଜାମ ଜିଲ୍ଲାରୁ ଆସିଥିବା ଦ୍ୱିତୀୟ ମୃତକ କରୋନା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ତାଙ୍କ ରିପୋର୍ଟ ଆଜି ନେଗେଟିଭ ଆସିଛି । ତେଣୁ ଏହି ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ଟ୍ୱିଟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ଯାଏଁ କରୋନାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଗଂଜାମ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.