Latest Odisha News

BREAKING NEWS

ଜୁନିୟର ପୁରୁଷ ହକି ବିଶ୍ବକପ୍‌; ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ଯାଡ଼େଟଙ୍କ କମାଲ

ଅନମୋଲ ଏକ୍କା ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ 

ଭୁବନେଶ୍ୱର: ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚପିସିର (ଓଏନଟିଏଚଏଚପିସି) ୪ କ୍ଯାଡ଼େଟ।

ଓଏନଟିଏଚଏଚପିସିର କ୍ଯାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ଜିତିପାରିଛି। ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ଅନମୋଲ ଏକ୍କା ପ୍ଲେୟର ଅଫ୍ ଦି ମ୍ଯାଚ ହୋଇଥିବା ବେଳେ ଏଚପିସିର ଆଦ୍ରୋହିତ ଏକ୍କା, ରୋଶନ କୁଜୁର ଏବଂ ରୋହିତ କୁଲ୍ଲୁ ତାମିଲନାଡୁରେ ହୋଇଥିବା ମ୍ଯାଚରେ ଆର୍ଜେଣ୍ଟିନା ଟିମ୍ ବିରୋଧରେ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ। ଭାରତ ୪-୨ର ବିଜୟ ସହିତ ପୋଡିୟମ୍ ଫିନିସ୍ ସୁନିଶ୍ଚିତ କରିଥିଲା। ଭାରତୀୟ ଟିମ୍ ଆକ୍ରମଣାତ୍ମକ ଏବଂ ଡିଫେନସିବ୍ ମ୍ଯାଚ ସହ ଉଚ୍ଚ କୋଟିର କ୍ରୀଡ଼ା ପ୍ରଦର୍ଶନ କରିଥିଲେ।

ଭାରତୀୟ ଟିମ୍ ର ଏହି ବିଜୟ ଓଏନଟିଏଚଏଚପିସି ଏବଂ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଓଏନଟିଏଚଏଚପିସି ସିଇଓ ହେମନ୍ତ ଗୁପ୍ତା କହିଛନ୍ତି।

ଓଡିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ପ୍ରୟାସରେ ଚାଲିଥିବା ଓଏନଟିଏଚଏଚପିସି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିବା ଦିଗରେ ନିରନ୍ତର କାମ କରୁଛି।

 

Leave A Reply

Your email address will not be published.