Latest Odisha News

BREAKING NEWS

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍‌ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍‌, ଲାଗିଲା ମୋଟା ଫାଇନ

କଟକ: କଟକ ତାଳବସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପିକିନିକ୍‌ ଯାଉଥିବା ୪ ବସ୍‌ କୁ ଆରଟିଓ ଜବତ କରିଛି । ଗୋଟିଏ ବସ୍‌ରେ ନକଲି ନମ୍ବର ପ୍ଲେଟ୍‌ ଲାଗିଥିଲା । ଅନ୍ୟ ୩ଟି ବସରେ କାଗଜପତ୍ର ଭୁଲ ଥିଲା ବୋଲି ଟ୍ରାଫିକ୍‌ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା କହିଛନ୍ତି । ତେବେ ଏହି ବସଗୁଡ଼ିକ ଉପରେ ମୋଟ ୧୨ ଲକ୍ଷ ୩୪ ହଜାର ୧୫୭ ଟଙ୍କା ଫାଇନ୍‌ ଲାଗିଛି ।

ବସଗୁଡ଼ିକ ସଂପର୍କରେ ଟ୍ରାଫିକ୍‌ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ପୂର୍ବରୁ ଖବର ପାଇଥିଲେ । ଏହା ପରେ ସେ ବାରଙ୍ଗ ଗୋଡ଼ିସାହି କେନାଲ୍‌ କଡ଼ରେ ରହିଥିଲେ । ଏହି ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ନେଇ ଯାଉଥିବା ୪ଟି ବସ୍‌କୁ ଜବତ କରିଥିଲେ ରଞ୍ଜନ ।

ଏପଟେ ଆରଟିଓ ପକ୍ଷରୁ ବସ୍‌ ଯୋଗେ ଛାତ୍ରଛାତ୍ରୀଙ୍କୁ ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି ।

 

 

Leave A Reply

Your email address will not be published.