Latest Odisha News

BREAKING NEWS

UNSC ରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତାକୁ ସମର୍ଥନ ଦେଲା ଫ୍ରାନ୍ସ

ଅମ୍ବାଲା: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତାକୁ ସମର୍ଥନ ଦେଉଛି ଫ୍ରାନ୍ସ । ଏନେଇ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ଇସାରା ଦେଇଛନ୍ତି ।

ଗୁରୁବାର ଅମ୍ବାଲା ଏୟାରବେସରେ ଆୟୋଜିତ ରାଫାଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇ ଶ୍ରୀମତୀ ପାର୍ଲୀ କହିଛନ୍ତି ଯେ ଏହା ଭାରତ ଏବଂ ଫ୍ରାନ୍ସ ପାଇଁ ଏକ ଚମତ୍କାର ସଫଳତା ଏବଂ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କରେ ଏକ ନୂତନ ଅଧ୍ୟାୟ ।

ଜାନୁଆରୀ ୨୦୨୧ ରୁ ଦୁଇ ବର୍ଷ କାର୍ଯ୍ୟକାଳ ପାଇଁ ୟୁଏନଏସସିରେ ଜଣେ ଅଣ-ସ୍ଥାୟୀ ସଦସ୍ୟ ଭାବରେ ଭାରତର ନିର୍ବାଚିତ ହୋଇଛି । ଏହାକୁ ନେଇ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହା ମିଳିତ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବାର ଏକ ସୁଯୋଗ ଅଟେ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.