Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ମେସୀଙ୍କ ଆର୍ଜେଣ୍ଟିନା ୪-୩ ଗୋଲରେ ପରାସ୍ତ, କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ

ମସ୍କୋ : ବିଶ୍ୱର ଶ୍ରେଷ୍ଠ ଫୁଟବଲ ଖେଳାଳୀଙ୍କ ଦଳ ଆର୍ଜେଣ୍ଟିନା ଦଳ ପରାଜୟ ସହିତ ବିଶ୍ୱକପରୁ ବିଦାୟ ନେଇଛି । ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ୪-୩ ଗୋଲରେ ପରାସ୍ତ ହୋଇଛି ଆର୍ଜେଣ୍ଟିନା ।

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଫ୍ରାନ୍ସ ଦଳ ମୂଳରୁ ଆର୍ଜେଣ୍ଟିନା ଦଳ ଉପରେ ଚାପ ପକାଇ ଖେଳୁଥିବାର ଦେଖାଦେଇଥିଲା । ଫ୍ରାନ୍ସ ଟିମ୍ ଆର୍ଜେଣ୍ଟିନା ଗୋଲ୍ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିବାରେ ସଫଳ ମଧ୍ୟ ହୋଇଥିଲା ।

ମ୍ୟାଚର ୧୩ ମିନିଟରେ ଆଣ୍ଟୋନି ଗ୍ରିଜମାନ ଫ୍ରାନ୍ସ ପକ୍ଷରୁ ଏକ ଗୋଲ ସ୍କୋର କରିଥିଲେ । ୫୭ ମିନିଟରେ ବେଞ୍ଜାମିନ ୨ୟ ଗୋଲ ସ୍କୋର କରି ଆର୍ଜେଣ୍ଟିନା ଉପରେ ଚାପ ସୃଷ୍ଟି କରିଥିଲେ । ଆର୍ଜେଣ୍ଟିନା ୨-୦ ଗୋଲରେ ପଛରେ ପଡ଼ିଥିଲେ ମଧ୍ୟ ସୁନ୍ଦର ଖେଳ ପ୍ରଦର୍ଶନ କରି ଖେଳି ଆଞ୍ଜେଲ ମାରିଆଙ୍କ ଗୋଲ ବଳରେ ଦଳ ଅଗ୍ରସର କରିଥିଲା । ପରେ କାଏଲିଆନ ଏମବାପେଙ୍କ ଚମତ୍କାର ଗୋଲ ବଳରେ ମେସୀଙ୍କ ଦଳ ଭାଙ୍ଗିପଡ଼ିଥିଲା ।

୯୦ ମିନିଟର ମ୍ୟାଚରେ ଫ୍ରାନ୍ସ ୪-୨ ଗୋଲରେ ଆଗୁଆ ରହିଥିଲା । ଇନଜ୍ୟୁରୀ ଟାଇମରେ ଆର୍ଜେଣ୍ଟିନାର ସର୍ଗେଓ ଆଗୁଏରୋ ଏକ ଗୋଲ ଦେଇ ମ୍ୟାଚକୁ ୪-୩ ସ୍ତରକୁ ଆଣିଥିଲେ ।

ତେବେ ୪-୩ ଗୋଲ ସ୍କୋରରେ ଏହି ନକଆଉଟ ମ୍ୟାଚଟି ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା । ଏହି ବିଜୟ ସହିତ ଶକ୍ତିଶାଳୀ ଫ୍ରାନ୍ସ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଛି । ଏହି ମ୍ୟାଚରେ ଗୋଲ ଦେଇନପାରିଥିବାରୁ ମେସୀଙ୍କ ଅସଂଖ୍ୟ ଫ୍ୟାନ ନିରାଶ ହୋଇ ପଡ଼ିଛନ୍ତି । ଏବେ ମେସୀ ଆଉ ଫୁଟବଲ ଖେଳିବେ କି ନାହିଁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.