Latest Odisha News

BREAKING NEWS

ଏନଆଇଟି ପ୍ରଫେସରଙ୍କୁ ଠକେଇ ଘଟଣା; ହରିଆଣାରୁ ଜଣେ ଗିରଫ

ରାଉରକେଲା: ଜୁନ୍ ୧୩ ତାରିଖରେ ରାଉରକେଲାର ଏନଆଇଟିର ଜଣେ ପ୍ରଫେସରଙ୍କ ଠାରୁ ୪୫,୦୦୦ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ପୋଲିସ ହରିୟାଣାରୁ ଗିରଫ କରିଛି।

ତେବେ ତାଙ୍କୁ ଫିରୋଜପୁର ଝିକ୍ରା ଥାନା ସୀମାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗଷ୍ଟ ୨୪ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୨ବର୍ଷୀୟ ସାହିଲ ଖାନ ବୋଲି ରିପୋର୍ଟରୁ ଜଣାପଡ଼ିଛି। ତେବେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇ ପଚରାଉଚରା କରାଯାଇଥିଲା ଏବଂ ସେ ତାଙ୍କ ଅପରାଧ ମଧ୍ୟ ସ୍ୱୀକାର କରିଥିଲେ।ପଚରାଉଚୁରା ସମୟରେ ଅଭିଯୁକ୍ତ ନିଜ ସହଯୋଗୀ ସଲମାନ ଏବଂ ତାହିରଙ୍କ ବିଷୟରେ ସୂଚନା ଦେଇଥିଲେ। ଉଭୟ ସହଯୋଗୀ ହରିୟାଣାର ବୋଲି ଜଣାପଡିଛି।

ତେବେ ପ୍ରଫେସର ଜଣକ ଏହି ଠକେଇ ନେଇ ଜୁନ୍ ୧୫ ତାରିଖରେ ସେକ୍ଟର ୩ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସାହିଲଠାରୁ ଏକ ଡୁପ୍ଲିକେଟ ଆପ୍ ଦ୍ୱାରା ନକଲି ପେମେଣ୍ଟ କାରବାରର ଏକ ସ୍କ୍ରିନସଟ୍, ଏକ ନକଲି କ୍ରେଡିଟ୍ ଆଲର୍ଟ ମେସେଜର ଏକ ସ୍କ୍ରିନସଟ୍, ଆଧାର କାର୍ଡ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

 

Comments are closed.