Latest Odisha News

BREAKING NEWS

କୋଲକାତା ଲଜ୍ଜା: ଆଜିଠୁ ରାସ୍ତାରେ ଡାକ୍ତରଙ୍କ ଓପିଡି ସେବା

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶ ଏବେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ଘଟଣାକୁ ବିରୋଧ କରି ଆଜି ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍‌ ଜି କର ମେଡିକାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଡାକ୍ତରମାନେ ହସ୍ପିଟାଲ ଛାଡ଼ି ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇଛନ୍ତି। ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନମିଳିବା ଯାଏ ରାସ୍ତାରେ ଏପରି ଓପିଡି ସେବା ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି। ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଛି। ସିବିଆଇ ପୂରା ମାମଲାର ତଦନ୍ତ ଜାରି ରଖିଛି। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି।

ଆଜି ସକାଳ ୧୧ ଟାରେ ସମସ୍ତ ରେସିଡେଣ୍ଟ ଡାକ୍ତର ନିର୍ମଣ ଭବନରେ ରୋଗୀଙ୍କୁ ବିକଳ୍ପ ଓପିଡି ସେବା ପ୍ରଦାନ କରିବେ। ଦିଲ୍ଲୀର ଅନେକ ପ୍ରମୁଖ ସରକାରୀ ଡାକ୍ତରଖାନାର ଡାକ୍ତରମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ମଣ ଭବନ ବାହାରେ ରୋଗୀଙ୍କ ପାଇଁ ଓପିଡି ସେବା ଯୋଗାଇବେ। ଆଜି ଦିଲ୍ଲୀର ବଡ ବଡ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାରେ ‘ରୋଡ ହସ୍ପିଟାଲ’ ଖୋଲିବେ।

ସେହିପରି ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଆଜି ୮ମ ଦିନରେ ପହଞ୍ଚିଛି। ଦେଶର ଅନେକ ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି। ଆଜିଠାରୁ ଦିଲ୍ଲୀର AIIMS ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ରେସିଡେଣ୍ଟ ଡାକ୍ତରମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାରେ ରାସ୍ତାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବେ ବୋଲି ଏକ ପ୍ରେସ୍‌ ରିଲିଜ ମାଧ୍ୟରେ ଘୋଷଣା କରିଛନ୍ତି।

Comments are closed.