Latest Odisha News

BREAKING NEWS

ଫ୍ରେଂଚ ଓପନ: ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଲେ ଇଗା ସ୍ୱୀଟେକ

ପ୍ୟାରିସ: ଫ୍ରେଂଚ ଓପନ ୨୦୨୪ ମହିଳା ସିଙ୍ଗଲ୍ସ ଟାଇଟଲ ପୋଲାଣ୍ଡର ଇଗା ସ୍ୱୀଟେକା ଜିତିଛନ୍ତି । ଫାଇନାଲରେ ସେ ଇଟାଲୀର ଜ୍ୟାସମିନ ପାଓଲିନଙ୍କୁ ୬-୨, ୬-୧ ସିଧାସଳଖ ସେଟରେ ପରାସ୍ତ କରି ଟାଇଟଲ ବଜାୟ ରଖିଥିଲେ । ଏହା ଇଗାଙ୍କ ୪ର୍ଥ ଫ୍ରେଂଚ ଓପନ ଟାଇଟଲ । ଅପରପପକ୍ଷରେ ପାଓଲିନ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଟେନିସର ଫାଇନାଲରେ ପ୍ରବେଶ କରିଥିଲେ । ଇଗା ୫ ବର୍ଷ ମଧ୍ୟରେ ୪ ଥର ଫ୍ରେଂଚ ଓପନ ଜିତିଛନ୍ତି । ଜଷ୍ଟିନ ହୋନିନଙ୍କ ପରେ ସେ କ୍ରମାଗତ ୩ ଥର ଏହି ଟାଇଟଲ ହାସଲ କରିଛନ୍ତି । ଇଗା ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆନ ଓପନ ଓ ୱିମ୍ବେଲଡେନ ଟାଇଟଲ ହାସଲ କରିପାରି ନାହାନ୍ତି ।

୨୦୨୨ରେ ସେ ଅଷ୍ଟ୍ରେଲିଆନ ଓପନ ସେମିରୁ ବିଦା ହୋଇଥିବା ବେଳେ ୨୦୨୩ରେ ୱିମ୍ବେଲଡନର କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲେ । ପାଓଲିନ କିଛି ଚମତ୍କାର କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ସେ ଭଳି କିଛି ଦେଖିବାକୁ ମିଳି ନ ଥିଲା । ଇଗା ୨ଟି ଯାକ ସେଟରେ ସମ୍ପୂର୍ଣ୍ଣ ଏକତରଫା ଭାବେ ବିଜୟ ହାସଲ କରିଥିଲେ ।

Comments are closed.