ଭୁବନେଶ୍ୱର: ରାଜ୍ୟକୁ ପୁଣି ବାତ୍ୟା ଭୟ । ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ l ତେବେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ l ଆସନ୍ତା କାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ l ୨୩ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି l ପରବର୍ତ୍ତୀ ୨ ଦିନରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବା ନେଇ ସମ୍ଭାବନା ରହିଛି l ତେବେ ଏହାର ପ୍ରଭାବ କିଭଳି ରହିବ ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ପାଣିପାଗ ବିଭାଗ l
ଅନ୍ୟପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ।ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ତାହା କ୍ରମଶ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ କରିବ । ସୃଷ୍ଟ ଲଘୁଚାପ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଶ୍ରୀଲଙ୍କା ଓ ଦକ୍ଷିଣ ଭାରତରେ ଆସନ୍ତା ସପ୍ତାହ ମଧ୍ୟ ଭାଗରେ ଏହା ପ୍ରଭାବ ପକାଇବ ବୋଲି ଆକଳନ କରିଛି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ l
ଅପରପକ୍ଷରେ ରାଜ୍ୟରେ ବର୍ତ୍ତମାନ ଶୀତ ଲହରୀ ଜାରି ରହିଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି। ଆଗାମୀ ୫ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିବା ସହ କିଛି କିଛି ସ୍ଥାନରେ ଘନକୁହୁଡି ଦେଖା ଯିବାର ସମ୍ଭାବନା ରହିଛି। ତେବେ ଏହାରିଭିତରେ ଯଦି ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ବର୍ଷା ହୁଏ ତେବେ ପରେ ଶୀତର ପରିମାଣ ଆହୁରି ବଢିବା ନେଇ ଆଶଙ୍କା କରା ଯାଉଛି l