Latest Odisha News

BREAKING NEWS

ପୁଣି ମଣିପୁରରେ ଉତ୍ତେଜନା: ଘର ପୋଡ଼ିଲେ, ପୋଲିସର ବନ୍ଧୁକ ଛଡ଼ାଇନେଲେ

ଇମ୍ଫାଲ: ଗତ କିଛି ସପ୍ତାହ ମଧ୍ୟରେ ମଣିପୁରରେ ଟିକିଏ ଶାନ୍ତି ଫେରିଆସିିଥିଲା ପରି ମନେ ହେଉଥିବା ବେଳେ ରବିବାର କିନ୍ତୁ ମଣିପୁରରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ରାଜଧାନୀ ଇମ୍ଫାଲର ନ୍ୟୁ ଲାମ୍ବୁଲାନେ ଅଞ୍ଚଳରେ ରବିବାର ଅପରାହ୍ନରେ ହୋଇଥିବା ହିଂସାରେ ଅଜଣା ବ୍ୟକ୍ତିମାନେ ତିନୋଟି ଘରକୁ ଜାଳି ଦେଇଛନ୍ତି। ଯଦିଓ ଏହି ଘରେ କେହି ରହୁନଥିଲେ ବା ବ୍ୟବହାର ହେଉନଥିଲା। ନିଆଁ ଲାଗିବା ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା।

ଏହାର କିଛି ସମୟ ପରେ ଶତାଧିକ ଲୋକ ସେଠାରେ ଏକତ୍ରିତ ହୋଇ ସ୍ଥାନୀୟ ଅଞ୍ଚଳରେ ରାଜ୍ୟ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ଦାବି କରିଥିଲେ, ଯାହାଫଳରେ ସୁରକ୍ଷା ଓ ଉତ୍ତେଜନାମୁକ୍ତ ଭାବେ ନିଜ ଘରକୁ ଫେରିବା ସୁନିଶ୍ଚିତ ହୋଇପାରିବ। ଅଧିକାରୀଙ୍କ କହିବାନୁସାରେ, ଭିଡ଼କୁ ଘଉଡ଼ାଇବା ପାଇଁ ସୁରକ୍ଷାକର୍ମୀମାନେ କିଛି ରାଉଣ୍ଡ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ।

ସେହିପରି ପୂର୍ବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ପୂର୍ବତନ ନିର୍ଦ୍ଦେଶକ କେ. ରାଜୋଙ୍କ ବାସଭବନର ସୁରକ୍ଷା ପାଇଁ ମୁତୟନ ଥିବା ପୋଲିସ କର୍ମଚାରୀଙ୍କ ଠାରୁ 3ଟି ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି ଅଜଣା ବ୍ୟକ୍ତିମାନେ। ସେମାନଙ୍କ ନିକଟରୁ ଦୁଇଟି ଏକେ ସିରିଜ୍ ରାଇଫଲ୍ ଓ ଗୋଟିଏ କାର୍ବାଇନ୍ ଜବତ କରାଯାଇଥିବା ପୁଲିସ କହିଛି। ପୁଲିସ ଏହି ବନ୍ଧୁକ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅପରେସନ୍ ଆରମ୍ଭ କରିଛି।

Leave A Reply

Your email address will not be published.