Latest Odisha News

BREAKING NEWS

ପୁଣି ଏକ ପଶ୍ଚିମା ଝଡ: ଏପ୍ରିଲ ୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା  । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୩-୪ ଦିନ ପାଇଁ ଦିନର ତାପମାତ୍ରରେ କୌଣସି  ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ପାଣିପାଗ ବଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ପଶ୍ଚିମା ଝଡ ସମ୍ଭାବନା ଦେଖା ଦେଇଛି । ଗୋଟିଏ ମାର୍ଚ୍ଚ ୩୦ ଏବଂ ଅନ୍ୟଟି ଏପ୍ରିଲ ୨ ତାରିଖରେ ଆସିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଚଳିତ ସପ୍ତାହରେ ଅଧିକାଂଶ ଦିନ ଦେଶର ପଶ୍ଚିମ ଭାଗରେ ଘଡଘହି ସହ ଝଡବାତ୍ୟା, ବିଜୁଳି ସହ ବର୍ଷାର ସମ୍ଭାବନା ରହିଛି । ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଏଥିସହିତ କେତେକସ୍ଥାନରେ ବିକ୍ଷିପ୍ତ ବର୍ଷା/ ଘଡଘଡି ସହ ବର୍ଷା ସମ୍ଭାବନା ମଧ୍ୟ ରହିଛି । ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

କେଉଁ କେଉଁ ଜିଲ୍ଲ ପାଇଁ ବର୍ଷା ସମ୍ଭାବନା ରହିଛି ଏବଂ କେଉଁ ଜିଲ୍ଲାକୁ ୟେଲାେ ୱର୍ଣ୍ଣିଂ ଜାରି କରାଯାଇଛି ଦେଖନ୍ତୁ ତାଲିକା ।

Comments are closed.