Latest Odisha News

BREAKING NEWS

EMI ପାଇଁ ସାଙ୍ଗକୁ ହତ୍ୟା ପରେ ନାଳରେ ଫିଙ୍ଗି ଦେଲା ସାଙ୍ଗ 

ନୂଆଦିଲ୍ଲୀ: ସାଙ୍ଗ ସାଜିଲା ଶତ୍ରୁ । ମୋବାଇଲ କିଣିବା ପାଇଁ ଦେଲା କ୍ରେଡିଟ୍ କାର୍ଡ ଆଉ EMI ମାଗିବାରୁ ନେଇଗଲା ଜୀବନ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଗ୍ରେଟର ନୋଏଡା ଗୌତମ ବୁଦ୍ଧ ନାଗର ହୈଓ୍ବତପୁର ଗାଁରୁ। ହତ୍ୟା ପରେ ଡ୍ରେନରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ।

ସୂଚନା ଅନୁସାରେ, ମୃତକ ଏଟାର ୨୪ ବର୍ଷୀୟ ସୁମଞ୍ଜୟ । ସୁମଞ୍ଜୟ ନିଜ ଭାଇ ଧନଞ୍ଜୟ ସହ ହୈଓ୍ବତପୁର ଗାଁରେ ଭଡ଼ାରେ ରହୁଥିଲେ। ସୁମଞ୍ଜୟ ଏକ ଦୋକାନରେ ସେଲସ୍ ମ୍ୟାନ ଭାବେ କାମ କରୁଥିଲେ। ସେ ନିଜ କ୍ରେଡିଟ୍ କାର୍ଡରୁ ସାଙ୍ଗ ପୁନିତକୁ EMIରେ ଏକ ମୋବାଇଲ୍ ଆଣି ଦେଇଥିଲେ। ଲଗାତର ତିନି ମାସ EMI ନ ଦେବାରୁ ପୁନିତ କହିଥିଲେ ସୁମଞ୍ଜୟ। ଏହାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା। ପ୍ରତିଶୋଧ ନେବା ପାଇଁ ପୁନିତ ତାର ଦୁଇ ସାଙ୍ଗ ବିବେକ ଓ ଅମନକୁ ନେଇ ସୁମଞ୍ଜୟ ଭଡ଼ା ଘରେ ପହଞ୍ଚିଲା। ତିନିଜଣ ମିଶି ସୁମଞ୍ଜୟଙ୍କୁ ନିକଟରେ ଥିବା ଏକ ନାଳ ପାଖକୁ ନେଇ ଯାଇଥିଲେ। ସେଠାରେ ରୁମାଲରେ ଗଳାକୁ ଚିପି ହତ୍ୟା କରିବା ପରେ ନାଳରେ ଫିଙ୍ଗି ଦେଇଥିଲେ। ଭାଇ ଧନଞ୍ଜୟ ଖୋଜା ଖୋଜି କରି ନ ପାଇବାରୁ ଫୋନ କରିଥିଲେ ମାତ୍ର ଫୋନ ବନ୍ଦ ଥିଲା। ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ୨୪ ଘଣ୍ଟା ଧରି ସର୍ଚ୍ଚ ଅପରେସନ ପରେ ପୋଲିସ ମୃତଦେହ ଉଦ୍ଧାର କରିଛି ।

Comments are closed.