ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା ଏକ ଘରୋଇ ମେଡିକାଲ୍ କଲେଜ ନିକଟରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାଙ୍ଘାତିକ ଖୁଲାସା। ଏହି ଘଟଣା ପଛରେ ଛାତ୍ରୀଙ୍କ ବନ୍ଧୁଙ୍କ ହାତ ଥିବା ଜଣାପଡ଼ିଛି।
ବୁଧବାର ଦିନ ଦୁର୍ଗାପୁରର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ଏସଡିଜେଏମ) ଛାତ୍ରୀଙ୍କ ବନ୍ଧୁ ୱାସେଫ୍ ଅଲ୍ଲୀଙ୍କୁ ସାତ ଦିନର ପୋଲିସ ହେପାଜତରେ ପଠାଇ ଦେଇଛନ୍ତି।
ତେବେ ଅଭିଯୁକ୍ତ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର କାଳିଆଚକର ବାସିନ୍ଦା। ଅପରପକ୍ଷେ ପୀଡିତା ଜଣକ ଜଳେଶ୍ୱରର ବାସିନ୍ଦା ହୋଇଥିବା ବେଳେ ତାଙ୍କର ବୟସ ୨୩ ବର୍ଷ ଜଣାପଡିଛି।ଏଥିସହିତ ଅଭିଯୁକ୍ତ ଜଣକ ତାଙ୍କ ବ୍ୟାଚମେଟ୍ ଥିଲେ ଯିଏ କି ଏମବିବିଏସ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ। ଅଲ୍ଲୀଙ୍କ ସହିତ ରାତ୍ରୀଭୋଜନ ପାଇଁ ବାହାରକୁ ଯାଇଥିବା ସମୟରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏ ଘଟଣା ସମ୍ପର୍କରେ
ପୂର୍ବରୁ ସେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରିଥିଲେ। ଯାହାପରେ ଅନ୍ୟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା ଓ ପୋଲିସ ହେପାଜତରେ ରଖାଯାଇ ସେମାନଙ୍କୁ ଜେରା କରାଯାଉଛି।
“FSL ଏବଂ ମେଡିକୋ-ଲିଗାଲ୍ ରିପୋର୍ଟକୁ ଅପେକ୍ଷା karajauthibap ନେଇ ଆସନସୋଲ-ଦୁର୍ଗାପୁର ପୋଲିସ କମିଶନରେଟର ପୋଲିସ ସୁନୀଲ କୁମାର ଚୌଧୁରୀ ମଙ୍ଗଳବାର ଦିନ କହିଛନ୍ତି।
ଅନ୍ୟ ଅଭିଯୁକ୍ତ ଏସ୍.କେ. ସଫିକୁଲ, ଏସ୍.କେ. ନାସିରୁଦ୍ଦିନ, ଆପୁ ବାଉରୀ (୨୧), ଫିରଦୌସ୍ ଏସ୍.କେ. (୨୩), ଏବଂ ଏସ୍.କେ. ରିଆଜୁଦ୍ଦିନ (୩୨), ଏବଂ ଅଲିଙ୍କୁ ପୂର୍ବରୁ ଘଟଣାସ୍ଥଳ ପରାଣାଗଞ୍ଜ କାଲି ବାରି ଶ୍ମଶାନ ଭୂମିକୁ ନିଆଯାଇ ଅପରାଧ କିପରି ହୋଇଥିଲା ତାର ସିନରିକ୍ରେସନ କରାଯାଇଥିଲା।
ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କଲେଜର ପୂର୍ବତନ ସୁରକ୍ଷା କର୍ମୀ ଏବଂ ଅନ୍ୟ ଜଣେ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସେହିପରି ଆଉ ଜଣେ ସ୍ଥାନୀୟ ନାଗରିକ ସଂସ୍ଥାରେ ଅସ୍ଥାୟୀ ଭାବରେ ନିଯୁକ୍ତି ପାଇଥିବା ନେଇ ସୂଚନା ମିଳିଛି।
Comments are closed.