Latest Odisha News

BREAKING NEWS

ମନିଷଙ୍କୁ ହତ୍ୟା କରିଥିବା ୩ ବନ୍ଧୁ, ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଫିଙ୍ଗିଥିଲେ ମୃତଦେହ

ଭୁବନେଶ୍ୱର: ସାଙ୍ଗ ସାଜିଲେ ହତ୍ୟାକାରୀ । ହୋଟେଲରେ ବିଲକୁ ନେଇ ପାଟିତୁଣ୍ଡ ପରେ ହତ୍ୟା । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାର ରହସ୍ୟ ଖୋଲିଛି କମିଶନରେଟ ପୋଲିସ । ମନିଷଙ୍କ ୩ ଜଣ ସାଙ୍ଗଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅମ୍ରିତ ପ୍ରୀତମ୍, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର । ଆଜି ସାମ୍ବାଦିକ ସମ୍ମିଳନୀରେ ମନିଷଙ୍କ ମୃତ୍ୟୁ ମାମଲାର ଖୁଲାସା କରିଛି କମିଶନରେଟ ପୋଲିସ ।

ପୋଲିସର ସୂଚନା ଅନୁସାରେ ଘଟଣାଦିନ ତିନ ଜଣ ସାଙ୍ଗଙ୍କ ସହ ସନ୍ଧ୍ୟା ସାଢ଼େ ୫ଟାରେ ଯାଇଥିଲେ ମନିଷ । ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ହୋଟେଲ ବାହାରେ ସାଙ୍ଗମାନେ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଓ ଠେଲାପେଲାରେ ମନିଷଙ୍କର ମୃତ୍ୟୁ ହୋଇଥିଲା । ପ୍ରମାଣ ନଷ୍ଟ କରିବାକୁ ୩ ଜଣ ମିଶି ମୃତଦେହକୁ ପାତ୍ରପଡ଼ା ସ୍ଥିତ ପୋଖରୀରେ ଫିଙ୍ଗି ଦେଇଥିଲେ ।

ମନିଷଙ୍କ ମୃତଦେହ ପୋଖରୀରେ ଫିଙ୍ଗିବା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀ ସାଙ୍ଗମାନଙ୍କୁ ଓଦା ଅବସ୍ଥାରେ ଦେଖିଥିଲେ । ସେହିପରି ସିସିଟିଭି ଫୁଟେଜ୍ ବି ପୋଲିସର ହସ୍ତଗତ ହୋଇଛି । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଗତ ୧୦ ତାରିଖରେ ପାତ୍ରପଡ଼ା ସ୍ଥିତ ଏକ ପୋଖରୀରୁ ମନିଷ ଅନୁରାଗଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା କମିଶନରେଟ ପୋଲିସ ।

Leave A Reply

Your email address will not be published.