Latest Odisha News

BREAKING NEWS

ଆଜି ବନ୍ଧୁତ୍ୱ ଦିବସ; ବନ୍ଧୁ ପାଇଁ ଦିନ ଟିଏ

ଭୁବନେଶ୍ୱର: ଆଜି ହେଉଛି ବନ୍ଧୁତ୍ୱ ଦିବସ । ଇଂରାଜୀରେ କହିଲେ ‘ଫ୍ରେଣ୍ଡସିପ୍‌ ଡେ’ । ଜୀବନରେ ବନ୍ଧୁତ୍ୱର ମହତ୍ତ୍ୱ ଅନେକ ବେଶୀ । ଏନେଇ ଅନେକ ଉଦାହରଣ ମଧ୍ୟ ରହିଛି । ବନ୍ଧୁତ୍ୱର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ‘କୃଷ୍ଣ ଓ ସୁଦାମା’ ।

କେବେଠୁ ହୁଏ ପାଳନ:

କୁହାଯାଏ ୧୯୩୫ ମସିହା ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଆମେରିକା ସରକାର ଜଣେ ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ଆଉ ଏହି ଦୁଃଖରେ ମୃତକଙ୍କର ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଉଭୟଙ୍କ ମଧ୍ୟରେ ଏହି ନିବିଡ଼ତା ଦେଖି ସରକାର ମଧ୍ୟ ହତବାକ୍‌ ହୋଇଯାଇଥିଲେ । ତେବେ ଏହି ଦିନଟିକୁ ସବୁଦିନ ପାଇଁ ମନେ ରଖିବା ପାଇଁ ଦକ୍ଷିଣ ଆମେରିକାବାସୀ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍‌ ଡେ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ । ଆମେରିକାରୁ ଏହି ପ୍ରଥା ଆରମ୍ଭ ହୋଇ ଏବେ ସାରା ବିଶ୍ୱରେ ଚାଲିଛି ।

Leave A Reply

Your email address will not be published.