Latest Odisha News

ଆଜି ଆଲୋକର ପର୍ବ ଦୀପାବଳି, ଚଳଚଞ୍ଚଳ ଗାଁ ଠୁ ସହର

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଚଳଚଞ୍ଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସବୁ ଗଳିକନ୍ଦି । ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏଥର ଟୁଇନ ସିଟିରେ ରାତି ୯ ଟା ପରେ ଫୁଟାଇ ପାରିବେନି ବାଣ । ତେବେ ଦୀପାବଳି ଅବସରରେ ଦେଶ ତଥା ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସୁଖମୟ, ସୌଭାଗ୍ୟପୂର୍ଣ୍ଣ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ମାଆ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ କୃପାରୁ ସମସ୍ତଙ୍କ କଲ୍ୟାଣ ହେଉ ବୋଲି ଲେଖିଛନ୍ତି ମୋଦୀ ।

ସେପଟେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନ୍ଧକାର ଦୂର ହେଉ । ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଚ୍ଛୁରିତ ହେଉ । ବିକଶିତ ଓଡ଼ିଶା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା । ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.