Latest Odisha News

ପୋଲିସ ଅଫିସରରୁ ଆତ୍ମଘୋଷିତ ଭୋଲେ ବାବା, ଜାଣନ୍ତୁ ପୂରା ଘଟଣା…

ହାଥରସ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଆତ୍ମଘୋଷିତ ଧର୍ମ ଗୁରୁ ଭୋଲେ ବାବା ଓରଫ୍ ନାରାୟଣ ସାକାର ହରିଙ୍କ ସତସଙ୍ଗରେ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ଜୀବନ ଗଲାଣି।

ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଆତ୍ମଘୋଷିତ ବାବାଙ୍କ ନାମ ହେଉଛି ସୁରଜ ସିଂ ପାଲ୍। ଯିଏକି ଉତ୍ତରପ୍ରଦେଶ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ଅବସର ନେଇଥିଲେ। ପୋଲିସ ଚାକିରି ଛାଡ଼ି ପ୍ରବଚନ ଦେବା ଆରମ୍ଭ କରିଥିଲେ । ପ୍ରାୟ ୩/୪ଟି ରାଜ୍ୟରେ ତାଙ୍କର ଅନୁଗାମୀ ଅଛନ୍ତି ।

ରିପୋର୍ଟ ମୁତାବକ, ନାରାୟଣ ସାକାର ବିଶ୍ୱ ହରି ଭୋଲେ ବାବା ଉତ୍ତରପ୍ରଦେଶର ବାହାଦୁର ନଗର ଗ୍ରାମର ବାସିନ୍ଦା। ହଥରସ ଠାରୁ ୬୫କିମି. ଦୂରରେ ରହିଛି ତାଙ୍କ ଗାଁ। ସେ ନିଜର ପାଠପଢ଼ା ଶେଷ କରିବା ପରେ ପୋଲିସରେ ଚାକିରି କରିଥିଲେ। ହେଲେ ସେ ଭିଆର୍ଏସ୍ ନେଇ ଆଧ୍ୟାତ୍ମ ମାର୍ଗକୁ ଆସିଥିଲେ।

ତେବେ ଧଳା ପୋଷାକ ପିନ୍ଧି ବାବା ପ୍ରବଚନ ଦେଇଥାନ୍ତି। ମଞ୍ଚ ଉପରେ ତାଙ୍କ ସହ ପତ୍ନୀ ମଧ୍ୟ ରହିଥାନ୍ତି, ତାଙ୍କୁ ମାତାଜୀ ବୋଲି କୁହାଯାଇଥାଏ।
ଉଲ୍ଲେଖଯୋଗ୍ୟ, ଦଳାଚକଟା ପରେ ସତସଙ୍ଗ ସ୍ଥଳ ଶ୍ମଶାନ ଭଳି ଦେଖାଯାଉଥିଲା । କେହି କେହି ସହାୟତା ଲାଗି ଆର୍ତ୍ତ ଚିତ୍କାର ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । କିଏ ଆହତ ପରିଜନଙ୍କୁ କାନ୍ଧରେ ଧରି ଦୌଡ଼ୁଥିଲା ତ ଆଉ କିଏ ସମ୍ପର୍କୀୟଙ୍କ ମୃତଦେହ ଧରି କାନ୍ଦୁଥିଲା । ଏହି ଘଟଣାରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ତନାଘନାରମ୍ଭ କରିଛି ପୋଲିସ।  ଏବେ ସଂପୃକ୍ତ ଅଞ୍ଚଳରେ ଆଶ୍ରମ ଚଳାଉଥିବା ଅଭିଯୁକ୍ତ ‘ଭୋଲେ ବାବା’ଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.