Latest Odisha News

ଭାରତୀୟ ସିନେମାରେ ହୋଲିର ଛାପ… 

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି। ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ। ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି।

ହୋଲିକୁ ନେଇ ତିଆରି ବହୁ ଗୀତ ଭାରତୀୟ ସିନେମାରେ ଏକ ଛାପ ଛାଡିଯାଇଛନ୍ତି। ଜାଣନ୍ତୁ, ହୋଲିକୁ ନେଇ କେଉଁସବୁ ସୁମଧୁର ବଲିଉଡ ଗୀତ ରହିଛି… 

ହୋଲି କେ ଦିନ ଦିଲ୍ ମିଲ୍ ଜାତେ ହେଁ- ୧୯୭୫ ମସିହାର ବ୍ଲକ୍ ବ୍ଲାଷ୍ଟର ଫିଲ୍ମ ‘ସୋଲେ’ର ଏକ ଲୋକପ୍ରିୟ ଗୀତ । ଯେଉଁଥିରେ ହେମା ମାଳିନୀ ଓ ଧର୍ମେନ୍ଦ୍ର ପ୍ରଧାନ ଅଭିନୟ କରିଥିଲେ ।

ରଙ୍ଗ ବରଷେ ଭିଗେ ଚୁନର ୱାଲି- ଏହି ଗୀତ ୧୯୮୧ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ସିଲସିଲା’ରେ ରହିଥିଲା । ଯେଉଁ ଗୀତକୁ ନିଜେ ଅମିତାଭ ବଚ୍ଚନ ଗାଇବା ସହ ପିତା ହରିବଂଶ ରାୟ ବଚ୍ଚନ ଲେଖିଥିଲେ।

ହୋଲି ଆୟି ହୋଲି ଆୟି- ୧୯୮୪ ମସିହାରେ ଆସିଥିବା ‘ମସାଲ’ ଫିଲ୍ମରେ ଏହି ଗୀତ ରହିଥିଲା ।

ଅଙ୍ଗ ସେ ଅଙ୍ଗ ଲଗାନା- ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଡର’ରେ ହୋଲି ଉତ୍ସବରେ ନାୟକ ନାୟିକା ଏହି ଗୀତରେ ଝୁମିଥିଲେ।

ବଲମ ପିଚକାରୀ- ଏହି ସୁମଧୁର ଗୀତଟି ହିନ୍ଦୀ ଫିଲ୍ମ ‘ଏ ଜବାନୀ ହେ ଦୀୱାନୀ’ ଫିଲ୍ମରୁ ଆସିଛି । ଏହି ଗୀତରେ ରଣବୀରଙ୍କ ବିପକ୍ଷରେ ଦିପିକା ପାଦୁକୋନ ଧମାଲ କରିଥିଲେ ।

ସୋନି ସୋନି ଆଖୋଁୱାଲି- ହିନ୍ଦୀ ଫିଲ୍ମ ମୋହବତେଁ (୨୦୦୦)ର ସୁମଧୁର ଗୀତ । ଏହାକୁ ଗାଇଥିଲେ ଉଦିତ ନାରାୟଣ, ଜଶପିନ୍ଦର ନରୁଲା, ଉଦ୍ଧବ, ମନୋହର ସେଟ୍ଟୀ ଓ ଶ୍ୱେତା ପଣ୍ଡିତ ପ୍ରମୁଖ ।

ହୋଲି ଖେଲେ ରଘୁବୀର- ଏହି ଗୀତଟି ୨୦୦୩ ମସିହାରେ ରିଲିଜ ହୋଇଥିବା ‘ଭାଗବାନ’ ଚଳଚ୍ଚିତ୍ରର । ଯେଉଁଥିରେ ଅମିତାଭ ବଚ୍ଚନ ଓ ହେମା ମାଳିନୀ ନଜର ଆସିଥିଲେ ।

ଡୁ ମି ଏ ଫେବର ଲେଟ୍ସ ପ୍ଲେ ହୋଲି- ୨୦୦୫ରେ ରିଲିଜ ହୋଇଥିବା ‘ୱକ୍ତ-ଏ ରେସ୍ ଏଗନେଷ୍ଟ ଟାଇମ୍‌’ର । ଏହି ଗୀତକୁ ସୁନିଧି ଚୌହାନ ଓ ଅନୁ ମଲ୍ଲିକ ଗାଇଥିବା ବେଳେ ଅକ୍ଷୟ କୁମାର, ପ୍ରିୟଙ୍କା ଚୋପ୍ରା ଓ ଅମିତାଭ ବଚ୍ଚନ ଅଭିନୟ କରିଥିଲେ ।

ରଙ୍ଗ୍‌ ଦେ ହୋଲି- ଗୁଲାବି ଗ୍ୟାଙ୍ଗ ଫିଲ୍ମର ଗୀତ ‘ରଙ୍ଗ୍‌ ଦେ ହୋଲି’ରେ ଧକ୍‌ଧକ୍‌ ଗାର୍ଲ ମାଧୁରୀଙ୍କ ଡ୍ୟାନ୍ସ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା। ସେହିପରି ବରୁଣ ଧଓ୍ବନ ଏବଂ ଆଲିୟା ଭଟ୍ଟଙ୍କ ଫିଲ୍ମ ବଦ୍ରିନାଥର ଦୁହ୍ଲନିୟା ଗୀତ ଆଜିର ଦିନରେ ଯୁବ ପିଢୀଙ୍କୁ ଝୁମାଇଥାଏ । ଏହି ଗୀତ ଅଟେ ‘ଖେଲନ କ୍ୟୁଁ ନ ଆଏ ତୁ ହୋଲି ଓ ରସିୟା’ ।

 

 

 

 

 

Comments are closed.