Latest Odisha News

ଆସନ୍ତାକାଲି ଭାରତ ବନ୍ଦ, ଜାଣନ୍ତୁ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ

ଭୁବନେଶ୍ଵର: ଆସନ୍ତାକାଲି ଭାରତ ବନ୍ଦ । ଭାରତ ବନ୍ଦ ଡାକରା ଦେଇଛି ଅନୂସୁଚିତ ଜାତି ଏବଂ ଅନୂସୁଚିତ ଜନଜାତି ସଂଯୁକ୍ତ ସଂଘର୍ଷ ମୋର୍ଚ୍ଚା । ଏସସି / ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଳିତ ସଂଗଠନ ଏହି ଡାକରା ଦେଇଛନ୍ତି ।…

ୟୁଏଇରେ ଆୟୋଜିତ ହେବ ଆଇସିସି ଟି୨୦ ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟ ବାଂଲାଦେଶ ବଦଳରେ ୟୁଏଇରେ ଆୟୋଜିତ ହେବ ବୋଲି ମଙ୍ଗଳବାର ଆଇସିସି ସ୍ପଷ୍ଟ କରିଛି । ବାଂଲାଦେଶରେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସୀନା କ୍ଷମତାରୁ ହଟିବା ସତ୍ୱେ ବାଂଲାଦେଶରେ ଅଶାନ୍ତି କମିବାର ନାମ ଧରୁନି । ଏହା ଦେଖି ଆଇସିସି ଉପରୋକ୍ତ ପଦକ୍ଷେପ…

ସରିଲା ରାଜୁ ମଣ୍ଡଳର ରାଞ୍ଚି ସ୍ଥିତ ଭଡ଼ା ଘରେ ରେଡ୍‌

ଭୁବନେଶ୍ଵର: ଭୁବନେଶ୍ବର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଥିଲା। ରାଜୁ ମଣ୍ଡଳର ରାଞ୍ଚି ସ୍ଥିତ ଭଡ଼ା ଘରେ ଚାଲିଥିବା ରେଡ୍‌ ଶେଷ ହୋଇଛି । ୬ ଘଣ୍ଟାର ରେଡ୍‌ ପରେ ରାଜୁକୁ ନେଇ ରାଞ୍ଚି ସ୍ଥିତ ଭଡ଼ା ଘରୁ ବାହାରିଛି କମିଶନରେଟ୍ ପୋଲିସ୍ ର ସ୍ଵତନ୍ତ୍ର ଟିମ୍ ।…

ପୁଣି ବଢିଲା ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ; ୟୁପି କୋର୍ଟ ଦେଲେ ଗିରଫ ଆଦେଶ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପୁଣିଥରେ ଅଡୁଆ ଭିତରେ ଛନ୍ଦି ହେବାକୁ ଯାଉଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁଲତାନପୁରର ଏକ କୋର୍ଟ ସଞ୍ଜୟ ସିଂ ଏବଂ ସପା ନେତା ଅନୁପ ସଣ୍ଡା ଏବଂ ଅନ୍ୟମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟ…

ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଡ ଖବର, ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢ଼ାଞ୍ଚା

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ। ୨୦୨୫ ବାର୍ଷିକ +୨…

ଅଫଲାଇନ୍ ଦୁନିଆର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲ୍: ୧୦୦ରୁ ଉର୍ଦ୍ଧ୍ଵ ଝିଅଙ୍କର ହୋଇଥିଲା ଗ୍ୟାଙ୍ଗରେପ୍

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ନେଇ ସାରା ବିଶ୍ଵରେ ରାଜସ୍ଥାନ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ୧୯୯୦ ରୁ ୧୯୯୨ ଭିତରେ ଏହି ରାଜ୍ୟର ଆଜମେର ନାମକ ସହରରେ ଏପରି କିଛି ଘଟିଥିଲା ​​ଯାହା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ବାସ୍ତବରେ, ଏହି ଦୁଇବର୍ଷ…

ନାସାଉ କ୍ରିକେଟ ଷ୍ଟାଡିୟମକୁ ଦିଆଗଲା ସନ୍ତୋଷଜନକ ରିପୋର୍ଟ

ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିଲା । ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମ ପିଚ ନେଇ ଅଂଶଗ୍ରହଣକାରୀ ଟିମ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୮ଟି ଯାକ ମ୍ୟାଚ କମ ସ୍କୋର ବିଶିଷ୍ଟ ହୋଇଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପିଚକୁ ନେଇ ପୂର୍ବରୁ…

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପରେ ୨ କିମିର ଦୈର୍ଘ୍ୟ ଟନେଲ କାର୍ଯ୍ୟ ଶେଷ ହୋଇଛି

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦ୍ୱାରା ପୁଣି ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ପୂର୍ବତଟ ରେଳପଥ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ପୁରୁଣାକଟକ ଓ ଚାରିଛକ ମଧ୍ୟରେ ୧,୯୭୫ ମିଟର ଲମ୍ବ ଟନେଲ୍ କାର୍ଯ୍ୟ ସଫଳତାର ସହ ଶେଷ କରିଛି । ଏହି ଅଞ୍ଚଳରେ ରେଳ…

୨୩ରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ

ପୁରୀ: ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ୨୩ ତାରିଖ ଦିନ ୧ଟାରୁ ଏହି ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ସୂଚନା ଅନୁଯାୟୀ, ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ…

କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି ପାଇବାରେ କିଟ୍‍ ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ୬ଟି ଇଞ୍ଜିନୟିରିଂ ପାଠ୍ୟକ୍ରମକୁ ୬ବର୍ଷ ପାଇଁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ବିଶ୍ୱବିଦ୍ୟାଳୟର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ ଭାରତର…