Latest Odisha News

BREAKING NEWS

‘ଖୁବ ଶୀଘ୍ର ସ୍ୱତନ୍ତ୍ର ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ’

ପୁରୀ: ଶୁକ୍ରବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ନେବା ପରେ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଓ୍ବାଇ.ବି ଖୁରାନିଆ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ, ମାଆ ବିମଳା ଏବଂ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଛନ୍ତି ପୋଲିସ ଡିଜି l ମହାପ୍ରଭୁଙ୍କ…

ପୁଣି ରାସନରେ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ଏଣିକି ରାସନ କାର୍ଡ ହିତାଧିକାରୀମାନେ ପୁଣି ପାଇବେ ଗହମ । ରାସନକାର୍ଡରେ ଚାଉଳ ସହ ପୁଣି ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ରାସନରେ ଗହମ ମିଳିବ । ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ…

ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ବୟକଟ କଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର:  ଆରମ୍ଭ ହୋଇଯାଇଛି ବିଧାୟକଙ୍କ ପାଠଶାଳା । ଆଜି ଓ ଆସନ୍ତାକାଲି ଦୁଇ ନିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆଗକୁ ବଢାଇଛନ୍ତି । ଏହାପରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବିଧାୟକଙ୍କୁ…

୧୯୯୯ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଭୁବନେଶ୍ବର: ବହୁ ଚର୍ଚ୍ଚିତ ୧୯୯୯ର ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କ ଜାମିନ ନେଇ ଓଡିଶା ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ସମୟ ପୂର୍ବରୁ ରବିନ୍ଦ୍ର ପାଲ ଓରଫ ଦାରା ସିଂଙ୍କ ଜମାନତ ନେଇ ନୋଟିସରେ ରାଜ୍ୟ ସରକାରଙ୍କ ମତାମତ ମାଗିଛନ୍ତି କୋର୍ଟ । ୧୯୯୯…

ରାଜ୍ୟରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା, ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି…

ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

ଯାଜପୁର: ଜିଏସଟି ତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ହୋଇଛି । ପ୍ରାୟ ୫.୮୫…

ବିଧବା ମହିଳାଙ୍କ ଗଳା କାଟି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କଟକ: ଜଣେ ବିଧବାଙ୍କ ଗଳା କାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ । ମୃତକ ହେଲେ କଳ୍ପନା ଦାସ ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ । ତେବେ କିଛି ବର୍ଷ ହେବ ଉକ୍ତ…

ବୌଦ୍ଧଧର୍ମ ଗବେଷକ ପ୍ରବୀର ପଟ୍ଟନାୟକ ପାଇବେ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ବୌଦ୍ଧଧର୍ମ ଗବେଷକ ଓ ଲେଖକ ପ୍ରବୀର ପଟ୍ଟନାୟକଙ୍କୁ ୨୦୨୪ ର 'ନବଗୁଞ୍ଜର ସମ୍ମାନ'ରେ ପୁରସ୍କୃତ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରେ ଭେଟି ନବଗୁଞ୍ଜର ସଂସ୍କୃତି ମଞ୍ଚ ଭୁବନେଶ୍ୱର ସଂସ୍ଥାପକ ସଦସ୍ୟଗଣ ଏହି ସମ୍ମାନ ଘୋଷଣା…

ଆଇଏମ୍‌ଏ ଡାକ୍ତରଙ୍କ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: କୋଲକତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଛି । ଏହି ଭୟାବହ ଘଟଣାକୁ ବିରୋଧ କରି ଭାରତୀୟ ମେଡିକାଲ ସଂଘ ପକ୍ଷରୁ ସମଗ୍ର ଦେଶରେ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ ଡାକରା…

ଦିନକୁ ୨ କୋଲା ରସୁଣ ଖାଆନ୍ତୁ, ଆଉ ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଗତ ଚାରି ଦିନ ତଳେ ରସୁଣକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତି ଶୁଣାଇଥିଲେ । ରସୁଣ ପରିବା ନା ମସଲା? ଏହି ପ୍ରଶ୍ନର ଉତ୍ତର ସାଧାରଣତଃ ଲୋକ ମସଲା ବୋଲି କହିଥାଆନ୍ତି । କିନ୍ତୁ ହାଇକୋର୍ଟ ରସୁଣକୁ ଏକ ପରିବା ବୋଲି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉଭୟ…