Latest Odisha News

BREAKING NEWS

କେନ୍ଦୁଝରର ଜଙ୍ଗଲରୁ ଉଦ୍ଧାର ହେଲା ଅପହୃତ ଯୁବକ

କେନ୍ଦୁଝର: କେନ୍ଦୁଝର ନନ୍ଦିପଡା ଗ୍ରାମରୁ ଋଣ ପରିଶୋଧ ନକରିବାରୁ ଜଣେ ଯୁବକଙ୍କୁ ଅପହରଣ ଘଟଣାରେ ଉକ୍ତ ଯୁବକଙ୍କୁ ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି। ଯୁବକଙ୍କ ନାମ ସନାତନ ନାୟକ ହୋଇଥିବା ବେଳେ ସେ ହାଟଡିହି ବ୍ଲକ ଅନ୍ତର୍ଗତ…

ବାଂଲାଦେଶୀଙ୍କ ପାଇଁ ବଙ୍ଗଳା ଦ୍ୱାର ସବୁବେଳେ ଖୋଲା, ଏପରି କାହିଁକି କହିଲେ ଦିଦି

କୋଲକାତା: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏକ ବଡ଼ ବୟାନ ଦେଇଛନ୍ତି। ରବିବାର ଦିନ କୋଲକାତାରେ ସହିଦ ଦିବସ ସମାବେଶ ଅବସରରେ ଭିକ୍ଟୋରିଆ ହାଉସ ସମ୍ମୁଖରେ ଆୟୋଜିତ ହୋଇଥିବା ବୈଠକକୁ ସମ୍ବୋଧିତ କରିବା ବେଳେ…

ଆସନ୍ତାକାଲିଠୁ ବିଧାନସଭା, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ଵର: ଆସନ୍ତା କାଲିଠାରୁ ଆରମ୍ଭ ହେବକୁ ଯାଉଛି ସପ୍ତଦଶ ବିଧାନସଭା। ଆସନ୍ତାକାଲି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ…

ବାଂଲାଦେଶରେ ସରକାରୀ ଚାକିରି ଉପରୁ ହଟିଲା ସଂରକ୍ଷଣ

ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଜାରି ରହିଥିବା ହିଂସା ମଧ୍ୟରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି। ସଂରକ୍ଷଣ କୋଟା ହ୍ରାସ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାଂଲାଦେଶ ସୁପ୍ରିମକୋର୍ଟ ପ୍ରତ୍ୟାହାର କରି ନେଇଛନ୍ତି। ଏହି ନିଷ୍ପତ୍ତି ସାରା ଦେଶରେ ବିକ୍ଷୋଭ…

ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର, ମନ୍ଦିରରେ ପଶିଲା ପାଣି

ବଲାଙ୍ଗିର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି। ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ସନ୍ଧ୍ୟାରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ନାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ, ଅଳ୍ପକେ ବର୍ତିଲେ କର୍ମଚାରୀ

ନବରଙ୍ଗପୁର: ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ।  ଅଳ୍ପକେ ବର୍ତିଲେ କର୍ମଚାରୀ । ଗତ ତିନି ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ଅନେକ କ୍ଷୟକ୍ଷତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ଲଗାଣ ବର୍ଷା ପ୍ରଭାବରେ…

ସାଇବର ଲୁଟେରାଙ୍କ ଟାର୍ଗେଟରେ ବଡ଼ବଡ଼ିଆ ଅଧିକାରୀ, ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

ଭୁବନେଶ୍ୱର:ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ । ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ ହୋଇଛି । ସାଇବର ଠକେଇ ଉଦ୍ୟମ ନେଇ ଡିଜିପିଙ୍କୁ ‘ଏକ୍ସ’ରେ ଜଣାଇଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ । ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ…

ଦେଖନ୍ତୁ ବକ୍ସ ଅଫିସରେ ଧମାଲ କରିଥିବା ଭଗବାନ ଶିବଙ୍କ ଉପରେ ନିର୍ମିତ ଏହି ୪ଟି ଫିଲ୍ମ

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତ ପ୍ରକାରର ଚଳଚ୍ଚିତ୍ର ନିର୍ମାଣ କରାଯାଏ। ଅନେକ ଚଳଚ୍ଚିତ୍ର ଭଗବାନଙ୍କ ଉପରେ ମଧ୍ୟ ନିର୍ମିତ ହୋଇଛି। ଆଜିର ସମୟରେ ମଧ୍ୟ ପ୍ରଭୁ ଶ୍ରୀରାମ, ଭଗବାନ କୃଷ୍ଣ ଏବଂ ଭଗବାନ ଶିବଙ୍କର ଉପରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଯାହାର ଭଲ…

ଲାଇଭ ଷ୍ଟ୍ରିମିଂ ବେଳେ ଚାଲିଗଲା ଇନଫ୍ଲୁଏନ୍ସରଙ୍କ ଜୀବନ

ବେଜିଂ: ଲାଇଭ ଭିଡିଓରେ ଖାଇବା ଚ୍ୟାଲେଞ୍ଜ କରୁଥିବାବେଳେ ଚାଇନାର ଜଣେ ୨୪ବର୍ଷୀୟ ଇନଫ୍ଲୁଏନ୍ସର ଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଜୁଲାଇ ୧୪ ରେ ଘଟିଥିଲା ​​| ପାନ୍ ଜିଆଓଟିଙ୍ଗ୍ ନାମକ ଏହି ଇନଫ୍ଲୁଏନ୍ସର ଏପରି ଚ୍ୟାଲେଞ୍ଜ ଗ୍ରହଣ କରିବା ପାଇଁ ଜଣାଶୁଣା ଥିଲେ, ଯେଉଁଥିରେ ତାଙ୍କୁ ୧୦…

ଭାଙ୍ଗିଲା ପିସିସି କମିଟି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡାମ। ଅଶୋକ ଦାସଙ୍କୁ ଦଳର ଉପନେତା ଦାୟିତ୍ବ ଦିଆଯାଇଛି।ସିଏସ୍‌ ରାଜନ ଏକ୍କା ହେଲେ କଂଗ୍ରେସ ମୁଖ୍ୟ ସଚେତକ। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ଯ…