Latest Odisha News

BREAKING NEWS

କାହିଁକି ଚର୍ଚ୍ଚାରେ ଏହି ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ?

ପୁଣେ: ମହାରାଷ୍ଟ୍ରର ଜଣେ ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ ଏବେ ଚର୍ଚ୍ଚାରେ। ୨୦୨୨ ପ୍ରଶାସନିକ ପରୀକ୍ଷାରେ ୮୪୧ ରାଙ୍କ ପାଇଥିଲେ ପୂଜା ଖେଡକର। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର।…

ରଥଯାତ୍ରାର ୪ ଦିନ ପରେ ମାଉସୀ ମା’ ଘରେ ପହଞ୍ଚିଲା ବ୍ରହ୍ମ ତାଳଧ୍ଵଜ

କେନ୍ଦ୍ରାପଡା: ରଥଯାତ୍ରାର ଚାରିଦିନ ପରେ ମାଉସୀ ମା ମନ୍ଦିରରେ ପହଞ୍ଚିଲା କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ବଜ ରଥ। ରଥଯାତ୍ରା ଦିନଠାରୁ ମାଉସି ମା ମନ୍ଦିର ଅଭିମୁଖେ ରଥ ବାହାରି ଥିଲା । ମାତ୍ର ବାରମ୍ବାର ରଥ ବାମ ମୋଡ ନେବାରୁ ଚକଡା ଲାଗିବାକୁ ବିଳମ୍ବ ହୋଇଥିଲା । ଶେଷରେ…

ଟି୨୦ ସିରିଜ: ତୃତୀୟ ମ୍ୟାଚରେ ଜିମ୍ବାୱେକୁ ୨୩ ରନରେ ହରାଇଲା ଭାରତ

ହରାରେ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୮୨ ରନ କରିଥିଲା । ଅଧିନାୟକ…

ପତଞ୍ଜଳି ବିରୋଧରେ ୫୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ପତଞ୍ଜଳିର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ପତଞ୍ଜଳିଙ୍କୁ ଏହାର କର୍ପୁର ଉତ୍ପାଦ ବିକ୍ରୟ ନକରିବାକୁ ନିର୍ଦ୍ଦେଶ…

ଅଶାନ୍ତ ଗଞ୍ଜାମ: ଗୁଳିମାଡରେ ଯୁବକ ମୃତ୍ୟୁ

କବିସୂର୍ଯ୍ୟନଗର: ଅଶାନ୍ତ ଗଞ୍ଜାମ । ଗଞ୍ଜାମ କବିସୂର୍ଯ୍ୟନଗରରେ ଜଟେଶ୍ବର ପୋଖରୀ ପାଖରେ ଗୁଳି ମାଡ଼ରେ ଟଳି ପଡ଼ିଲେ ଯୁବକ। କିଏ ଓ କାହିଁକି ଗୁଳି କରି ହତ୍ୟା କଲା ତାହା ଜଣାପଡ଼ି ନଥିବା ବେଳେ ମୃତ ଯୁବକ ଜଣଙ୍କ ହେଉଛନ୍ତି କବିସୂର୍ଯ୍ୟନଗର ଏନଏସି ନଈସାହିର ତ୍ରିନାଥ ମଲ୍ଲିକ । ପୋଲିସ…

ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା, ଗତବର୍ଷ ହନୁମାନ ଜୟନ୍ତିରେ ଲାଗିଥିଲା

ସମ୍ବଲପୁର: ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା। ଏକ ବର୍ଷ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣାକୁ ହଟାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଆଗକୁ ଆସୁଥିବା ମହରମ୍ ପର୍ବକୁ ଦୃଷ୍ଟିରେ ରଖି କଟକଣା ହଟାଇଛି ପ୍ରଶାସନ । ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ବେଳେ…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବଦ୍ରିନାଥ ରାସ୍ତାରେ ଭୂସ୍ଖଳନ

ଡେରାଡୁନ: ଉତ୍ତରାଖଣ୍ଡ ବଦ୍ରିନାଥରେ ଭୂସ୍ଖଳନ । ପାତାଳଗଙ୍ଗା ନିକଟ ଲଙ୍ଗସୀ ଟନେଲ ନିକଟରେ ଭୂସ୍ଖଳନ। ପ୍ରବଳ ବର୍ଷା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଜାତୀୟ ରାଜପଥ ଅବରୋଧ ହୋଇଥିବାରୁ ଯାତାୟତ ବାଧାପ୍ରାପ୍ତ। ଯୋଶୀମଠ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି । ସେପଟେ ରାସ୍ତାଉପରେ ବିରାଟକାୟ…

ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ

ନୂଆଦିଲ୍ଲୀ: ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ। କୋର୍ଟରେ ଦାଖଲ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ କହିଛନ୍ତି କୋର୍ଟ। କୃଷକ ଆନ୍ଦୋଳନ ୫ ମାସ ଧରି ବନ୍ଦ ହୋଇଥିବା ବେଳେ…

୨୦୧୪ ପରଠାରୁ ଲୋକୋ ପାଇଲଟଙ୍କୁ ଯୋଗାଇ ଦିଆଯାଉଛି ସାମଗ୍ରିକ ସୁବିଧା: ରେଳ ବିଭାଗ

ନୂଆଦିଲ୍ଲୀ: ଗତ ୧୦ ବର୍ଷରେ ବଦଳିଛି ଲୋକ ପାଇଲଟଙ୍କ ଅବସ୍ଥା । ୨୦୧୪ ମସିହା ପରଠାରୁ ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଗତ ୧୦ ବର୍ଷ ମଧ୍ୟରେ ଲୋକୋମୋଟିଭ୍ ପାଇଲଟଙ୍କ କାର୍ଯ୍ୟସ୍ଥିତିରେ ବଡ଼ ଧରଣର ଉନ୍ନତି ଘଟିଛି । ୨୦୧୪…

ଭାରତର ଏହି ଆଥଲେଟମାନେ ଅଳ୍ପକେ ହାତଛଡା କରିଥିଲେ ଅଲିମ୍ପିକ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କ୍ରୀଡାପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଏହା ପୂର୍ବରୁ ଭାରତର ଅନେକ ଆଥଲେଟ ଅଳ୍ପକେ ଅଲିମ୍ପିକ୍ସ ପଦକ ସୁଯୋଗ ହାତଛଡା କରିଛନ୍ତି । ଯାହା ଫଳରେ ଦେଶର ଶ୍ରେଷ୍ଠ ଆଥଲେଟ ବିବେଚନା କରାଯାଉଥିବା ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଓ…