Latest Odisha News

BREAKING NEWS

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ରାଜଗାଙ୍ଗପୁର: ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ବିଳମ୍ବିତ ରାତିରେ ସୁନା ଲୁଟ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ କେଜି ରୁପା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସର…

ଆଜି ବି ସରଗରମ ରହିବ ସଂସଦ, ରାହୁଲଙ୍କୁ ମୋଦୀ କରିପାରନ୍ତି ଟାର୍ଗେଟ୍‌

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ସଂସଦ । ଆଜି ବି ବେଶ୍ ସରଗରମ ରହିବ ସଂସଦ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପୂର୍ବରୁ ଏନଡିଏ ସଂସଦୀୟ ଦଳର ବୈଠକ ସରିଯାଇଛି। ପାର୍ଲାମେଣ୍ଟ ଅଧିବେଶନ ଭିତରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଠି ବିସ୍ତୁତ ରଣନୀତି ପ୍ରସ୍ତୁତ…

ସଂସଦ ରେକର୍ଡରୁ ହଟିଲା ରାହୁଲଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ସୋମବାର ସଂସଦରେ ବିରୋଧୀ ନେତା ରାହୁଲ ଗାନ୍ଧି ଦେଇଥିବା ଅଭିଭାଷଣରେ ବିବାଦୀୟ ମନ୍ତବ୍ୟକୁ ସଂସଦ ରେକର୍ଡରୁ କାଟିଦିଆଯାଇଛି । ପ୍ରଥମ ଥର ବିରୋଧୀ ନେତା ଭାବେ ସଂସଦରେ ନିଜର ମନ୍ତବ୍ୟ ରଖି ବିଜେପିକୁ ଘେରିଥିଲେ ରାହୁଲ । ଏହାରି ଭିତରେ ହିନ୍ଦୁତ୍ବ, ସଂଖ୍ୟାଲଘୁ, ଅଗ୍ନିବୀର…

ବ୍ୟାଙ୍କ ଋଣ ମାମଲାରେ ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ମୁମ୍ବାଇ: ବ୍ୟାଙ୍କ ଋଣ ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଛି। ମୁମ୍ବାଇର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ମାମଲାରେ…

ରାଜ୍ୟରେ ୫ ଦିନ ବର୍ଷା, ବିଜୁଳି ଘଡ଼ଘଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଲଘୁଚାପ ଦୁର୍ବଳ ହେବା ପରେ ବି ରାଜ୍ୟରେ ଲାଗି ରହିଛି ବର୍ଷା। ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଏଥିଲାଗି ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା। ସେହିପରି ପଶ୍ଚିମ ଆସାମରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା ବଢିବାର…

୧୨ ଗୋଠଛଡ଼ା ଦନ୍ତା ହାତୀ ଠାବ, ଟ୍ରାଙ୍କୁଲାଇଜ୍ କରି ବନ୍ଧାହେବ ରେଡିଓକଲାର୍

ଭୁବନେଶ୍ୱର: ଏଣିକି ସାବାଡ଼ ହେବେ ଉତ୍ପାତ ଚଳାଇଥିବା ଦନ୍ତା ହାତୀ। ରାଜ୍ୟରେ ଜନବସତି ମୁହାଁ ହୋଇ ଉତ୍ପାତ ଚଳାଇଥିବା ୧୨ ଗୋଠଛଡା ଦନ୍ତାଙ୍କୁ ବନବିଭାଗ ଚିହ୍ନଟ କରିଛି। ଖୁବଶୀଘ୍ର ସେମାନଙ୍କୁ ଟ୍ରାଙ୍କୁଲାଇଜ୍ କରି ବେକରେ ରେଡିଓକଲାର୍ ବନ୍ଧାଯିବ। ସେମାନଙ୍କୁ ଉଠାଇ ନେଇ ଅଭୟାରଣ୍ୟ ଭିତରକୁ…

ରେଳ ନିରାପତ୍ତା ଆୟୁକ୍ତଙ୍କ ଘୋଷଣା, ଦୁଇ ନୂଆ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ

ଭୁବନେଶ୍ଵର: ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ ୪୦.୯୩୪ କି.ମି.ଦୈର୍ଘ୍ୟ ନୂତନ ଲାଇନ ଏବଂ କୋଟାଭାଲାସା-କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା-କାମଲୁର ମଧ୍ୟରେ ୧୨.୩୫୩ କି.ମି. ଦୈର୍ଘ୍ୟ ନୂତନ ରେଳ ସେକ୍ସନ…

ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ପୁରୀରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ସେହିପରି ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ। ଭକ୍ତଙ୍କ ସଂଖ୍ୟା ଗଣନା ନେଇ…

ଭାଙ୍ଗିଲା ଜନତା ଏବଂ ସରକାର ମଧ୍ୟରେ ପାଚେରୀ, ଦୀର୍ଘ ବର୍ଷ ପରେ ଲୋକଙ୍କ ଦୁଃଖ ସିଧା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରାବର। ଲୋକେ ଶୁଣାଇଲେ ସମସ୍ୟା, ଆଉ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଦେଲେ ସମାଧାନର ନିର୍ଦ୍ଦେଶ। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଲୋକମାନେ ନିଜ ଦୁଃଖ ବା ସମସ୍ୟା ଶୁଣାଇଛନ୍ତି ନିଜ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ…

ସପ୍ତଶଯ୍ୟାରେ ନିଖୋଜ ଯୁବକ ଘଟଣା: ଫେରିବା ବେଳେ ଗୁଗୁଲ୍ ମ୍ୟାପ କରିଥିଲା ବାଟବଣା

ଢେଙ୍କାନାଳ: ହାତରେ ସ୍ମାର୍ଟ ଫୋନ୍ ସହିତ ମୋବାଇଲ ଅଛି ମାନେ ଏବେ ଜଣେ ଯୁଆଡ଼େ ଚାହିଁବ ସିଆଡେ ଯାଇପାରିବ। ଏହପରି ଏକ ଧାରଣା କିନ୍ତୁ ଜଙ୍ଗଲ ଭିତରେ ବିପଦକୁ ଡାକିଆଣିଥିଲା। ଢେଙ୍କାନାଳ ସପ୍ତଶଯ୍ୟା ପାହାଡ ବୁଲିବାକୁ ଯାଇ ନିଖୋଜ ପରେ ଉଦ୍ଧାର ହୋଇଥିବା ଯୁବକ କିପରି ଗୁଗୁଲ ମ୍ୟାପ ବାଟବଣା…