Latest Odisha News

BREAKING NEWS

ଆଜି ରୁକ୍ମିଣୀ ହରଣ ଏକାଦଶୀ; ୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଯାହାକୁ ରୁକ୍ମଣୀ ହରଣ ଏକାଦଶୀ ବୋଲି କୁହାଯାଏ । ତେବେ ଆଜି ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ସାଧାରଣ ଦର୍ଶନ ବନ୍ଦ…

ନିଟ୍ ବିବାଦ: ଏନଟିଏକୁ କଡ଼ା ସମାଲୋଚନା, ଛୋଟ ଅବହେଳାକୁ ସମାଧାନ କରିବା ଆବଶ୍ଯକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ନିଟ୍ ପରୀକ୍ଷା ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରିକି ପରୀକ୍ଷା ପ୍ରକ୍ରିୟାରେ ୦.୦୦୧% ଅବହେଳାକୁ ଅତ୍ୟନ୍ତ ଗମ୍ଭୀରତାର ସହ ସମାଧାନ କରାଯିବା ଆବଶ୍ୟକ ବୋଲି ସୁପ୍ରିମ୍ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।…

‘ପାଣ୍ଡିଆନ୍ ପାଇଁ ବିଜେଡି ନିର୍ବାଚନରେ ହାରିଗଲା କି, ଦଳରେ ଆଲୋଚନା ହେବ’

ଭୁବନେଶ୍ୱର: ବିଜେଡି କାହିଁକି ହାରିଲା ଏହାର କାରଣ ଖୋଜାଯିବ ବୋଲି ଦଳର ନେତା କହି ଆସୁଛନ୍ତି। କିନ୍ତୁ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିବା ଭି.କେ ପାଣ୍ଡିଆନ୍ ବିପର୍ଯ୍ୟୟ କାରଣ କି ଏଯାବତ ବିଜେଡିର ପ୍ରମୁଖ ନେତା ଖୋଲି କରି କହି ନାହାନ୍ତି। ଏହାରି ଭିତରେ ଘଷିପୁରା…

ରାଜ୍ୟସଭାରେ ବିଜେପି ପାଇଁ କାହିଁକି ଜରୁରୀ ବିଜେଡି ଏବଂ ଓ୍ବାଇଏସଆର କଂଗ୍ରେସ?

ଭୁବନେଶ୍ୱର: ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଜୁ ଜନତା ଦଳ  ଏବଂ ଓ୍ବାଇଏସଆର କଂଗ୍ରେସ କ୍ଷମତାଚ୍ୟୁତ ହୋଇଛନ୍ତି। ଓଡିଶାରେ ବିଜେପି କ୍ଷମତା ଗାଦିରେ ବସିଥିବା ବେଳେ ଆନ୍ଧ୍ରରେ ଟିଡିପି । ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଏବେ ବି ୱାଇଏସଆରସିପି ଓ ବିଜେଡି ବିଜେପି…

ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ, ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ଅଧିବେଶନ। ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି। ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବ ନିର୍ବାଚିତ ବିଧାୟକ । ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ।…

ମୁଖ୍ୟ କୋଚ ପାଇଁ ଏକମାତ୍ର ଆବେଦନକାରୀ ଗମ୍ଭୀର: ଟିମ୍ ପାଇଁ ବାଧ୍ୟବାଧକତା ନା ଆବଶ୍ୟକତା?

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଦଳର କୋଚ୍ ପଦ ପାଇଁ ଆବେଦନ କରିଥିବା ଏକମାତ୍ର ଆବେଦନକାରୀ ଗୌତମ ଗମ୍ଭୀର ମଙ୍ଗଳବାର ଜୁମ୍ କଲ୍ ଜରିଆରେ କ୍ରିକେଟ୍ ପରାମର୍ଶଦାତା କମିଟି ସମ୍ମୁଖରେ ସାକ୍ଷାତକାର ଦେବେ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ବିଶ୍ୱକପ୍ ପରେ ବର୍ତ୍ତମାନର ମୁଖ୍ୟ କୋଚ୍…

ଜାଣନ୍ତୁ ମହିଳାମାନଙ୍କ ଅଣ୍ଟାବିନ୍ଧା ରୋଗର କାରଣ

ଭୁବନେଶ୍ବର : ‌ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଅଣ୍ଟା ବିନ୍ଧା ସାଧାରଣ ସମସ୍ୟା। ପ୍ରତ୍ୟେକ ମହିଳା ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଆଘାତ, ଓଜନିଆ ଜିନିଷ ଉଠାଇବା, ଅଧିକ ସମୟ ନଇଁକି କାମ କରିବା, ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଚା ବିନ୍ଧା ସମସ୍ୟା ହେଉଛି।…

ଆହୁରୀ ୨ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ୧୭ ସହର: ୨୦ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସତ୍ତ୍ୱେ ଜାରି ରହିଛି ଗରମ। ଆହୁରି ଦୁଇ ଦିନ କଲବଲ କରିବ ଗୁଳୁଗୁଳି । ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଏହି ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ଥିଲେ ବି ଗୁଳୁଗୁଳି ଜାରି ରହିବ ।…

ମାଆ, ଝିଅଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଝିଅ ମୃତ

ସମ୍ବଲପୁର: ମାଆ, ଝିଅଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଝିଅର ମୃତ୍ୟୁ ଘଟିଛି। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ବି ବୁର୍ଲା ମେଡିକାଲରେ ମାଆର ଚିକିତ୍ସା ଜାରି ରହିଛି। ସୂଚନା ଅନୁସାରେ ଗତ ୧୪ରେ ଅଇଁଠାପାଲି ଥାନା ଦାନିପାଲୀ ଗାଁ ରାସ୍ତାରେ…

ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା, ୩ ଗୁରୁତର

ବରଗଡ଼: ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା। ଆଉ ୩ ଗୁରୁତର। ବରଗଡ ପାଇକମାଳ ରେଞ୍ଜ ଝାରବନ୍ଧ ଥାନା ସଲଡିହି ଗାଁରୁ ଆସିଛି କିଛି ଏଭଳି ଅଭିଯୋଗ। ଏହି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଶୋଇଥିବା ବେଳେ ଘର ଭାଙ୍ଗିବା ସହ କଚାଡ଼ି ମାରିଲା ଦନ୍ତା। ଆକ୍ରମଣରେ ସ୍ୱାମୀ, ଶ୍ୱଶୁର ଓ ୭…