Latest Odisha News

BREAKING NEWS

‘ପ୍ରକୃତ ସେବକ ଅହଙ୍କାର ନକରି ସେବା କରିଥାଏ’

ନୂଆଦିଲ୍ଲୀ: ଲୋକସଭାରେ ବିଜେପି ସଂଖ୍ୟା ଗରିଷ୍ଠତା ହରାଇବା ପରେ ନିର୍ବାଚନ ଫଳାଫଳ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ କହିଛନ୍ତି ଯେ ଜଣେ 'ପ୍ରକୃତ ସେବକ କୌଣସି ଅହଙ୍କାର ନକରି ଅନ୍ୟମାନଙ୍କର ସେବା କରିଥାଏ ଏବଂ କାହାର କୌଣସି କ୍ଷତି କରିନଥାଏ' ।…

ଜୁନ୍ ୩୦ ଯାଏଁ ସରକାରୀ ବାବୁଙ୍କ ଛୁଟି ବାତିଲ୍; ସଂଶୋଧନ କଲା ପ୍ରଶାସନ

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ସଂଶୋଧନ କଲା ପ୍ରଶାସନ । କହିଲା ନେଇ ପାରିବେ ଛୁଟି, ହେଲେ ଜରୁରୀ କାର୍ଯ୍ୟ ପାଇଁ ଡାକରା ଗଲେ ତୁରନ୍ତ ହେବେ ଉପସ୍ଥିତ । ଜୁନ୍ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କରି କିଛି ଏପରି କହିଛି ପ୍ରଶାସନ । ଆବଶ୍ୟକ ପଡ଼ିଲେ…

ଆଉ କିଛି ସମୟ ପରେ ଶପଥ ଗ୍ରହଣ ଉତ୍ସବ, ସମାରୋହରେ ଯୋଗଦେବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଉ କିଛି ସମୟ ପରେ ଶପଥ ଗ୍ରହଣ ଉତ୍ସବ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଅବସରରେ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥ ସମାରୋହରେ ଯୋଗଦେବେ। ତେବେ ଭୁବନେଶ୍ୱରରେ ପହଞ୍ଚିଯାଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ ସରକାରୀ ହସ୍ପିଟାଲ ସହ ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ଚଣ୍ଡିଗଡ: ରାଜଧାନୀ ଦିଲ୍ଲୀ ପରେ ଏବେ ଚଣ୍ଡିଗଡକୁ ମିଳିଲା ଧମକ । ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି । ଏନେଇ ମେଡିକାଲ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ଖବର…

ମୋହନ ମାଝୀଙ୍କ ଶପଥ ପାଠରେ ଯୋଗ ଦେବେ ନବୀନ, ସାଦରେ ଗ୍ରହଣ କଲେ ନିମନ୍ତ୍ରଣ

ଭୁବନେଶ୍ବର: ଓଡିଶା ମଙ୍ଗ ଧରିବା ଆଗରୁ ଓଡିଶାର ୨୪ ବର୍ଷର ମଙ୍ଗୁଆଳଙ୍କୁ ସାକ୍ଷାତ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶପଥ ପାଠ ପାଇଁ ନିମନ୍ତ୍ରଣ ଦେିଛନ୍ତି ମୋହନ । ଯାହାକୁ ସାଦରେ ଗ୍ରହଣ କରିଛନ୍ତି ନବୀନ  । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ…

ଜେଲରୁ ବାହାରିଲେ ପ୍ରଶାନ୍ତ ଜଗଦ୍ଦେବ, ମିଳିଲା ନିୟମିତ ଜାମିନ

ଭୁବନେଶ୍ବର: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେଙ୍କୁ ମିଲିଲା ଆଶ୍ବସ୍ତି । ନିୟମିତ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଜାମିନ ନେଇ ତଳ କୋର୍ଟ ସର୍ତ୍ତ ସ୍ଥିର କରିବା ବାକି ଥିବା ବେଳେ ଆଜି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ୩ ଦିନ ପାଇଁ ଅନ୍ତରୀଣ…

‘ମୋଦି ସରକାର ଅନ୍ୟ ଘରୁ ଚୌକି ଉଦ୍ଧାର ଆଣି ନିଜ ସତ୍ତାର ଘର ସମ୍ଭାଳୁଛନ୍ତି’

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ତ ପୂର୍ବ ଗ୍ୟାରେଣ୍ଟି ପୂରଣ କରିପାରିଲେନାହିଁ, କିନ୍ତୁ ବର୍ତ୍ତମାନ ସେ ଚାରିଆଡେ ଡିଣ୍ଡିମ ପିଟୁଛନ୍ତି । ସୋସିଆଲ ମିଡିଆ…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ଚନ୍ଦ୍ରବାବୁ ନାଇଡୁ। ଚନ୍ଦ୍ରବାବୁ ନାଇଡୁଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଏସ. ଅବଦୁଲ ନଜୀର। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଥିଲେ। ସେହିପରି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୱନ କଲ୍ୟାଣ। ଜନସେନା…

ହଟିଲା ଓଡିଶା ମୁଖ୍ୟମନ୍ତ୍ରୀ ସଂଜ୍ଞା, ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରହିଲା ଖାଲି ବିଜେଡି ସଭାପତି

ଭୁବନେଶ୍ବର: ସରିଯାଇଛି ନବୀନ ଯୁଗ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋହନ ଯୁଗ । ୨୪ ବର୍ଷ ଧରି ଓଡିଶାରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଗରେ ଆଜିଠୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସଂଜ୍ଞା ଲାଗିବ । ଏହାରି ଭିତରେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ…

ନବୀନଙ୍କୁ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ଓଡ଼ିଶାରେ ମୋହନ ସରକାର କାର୍ଯ୍ୟକାରୀ ହେବା ଆଗରୁ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ ଆଜି ଶପଥ ପାଠ…