Latest Odisha News

BREAKING NEWS

୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ଚଳିତଥର…

ରାଜଧାନୀର ଚକ୍ଷୁ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାରେ ୧୬ ଦମକଳ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲଜପତ ନାଗରରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଏକ ଚକ୍ଷୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ଏଠାରେ ଉତ୍ତେଜନା ଦେଖିବାକୁ ମିଳିଛି। ଲଜପତ୍‌ ନଗର ଅନ୍ତର୍ଗତ ଏହି ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ…

୮ରେ ଶପଥ ନେବେ ମୋଦି !

ନୂଆଦିଲ୍ଲୀ: ତୃତୀୟଥର ପାଇଁ ଜୁନ୍‌ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ମୋଦି ୮ରେ ଶପଥ ନେବେ  । ୮ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ । ଲୋକସଭା ନିର୍ବାଚନରେ ବିଜେପି ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ…

ଏନଡିଏକୁ ନେଇ ଚନ୍ଦ୍ରବାବୁ-ନୀତୀଶଙ୍କ ବଡ଼ ନିଷ୍ପତ୍ତି, ୧୭ ସାଂସଦଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହୋଇସାରିଛି। ଏଥର କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି। ତେବେ ବିଜେପି ନେତୃତ୍ୱାଧୀନ ସହଯୋଗୀ ଏନଡିଏ ୨୯୨ ଆସନ ପାଇଛି। ଏଥି ସହିତ ଇଣ୍ଡିଆ ଆଲାଇନ୍ସକୁ ୨୩୪ ଆସନ ମିଳିଛି। ଏଭଳି ପରିସ୍ଥିତିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ…

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି, ୧୨ ଜଣ ଚିକିତ୍ସାଧୀନ

ପୁରୀ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା…

ନିଖୋଜ ଡାକ୍ତର ଅମ୍ଳାନ ଭୋଇ କର୍ଣ୍ଣାଟକରୁ ଠାବ

ମାଲକାନଗିରି: ନିଖୋଜ ଡାକ୍ତର ଅମ୍ଳାନ ଭୋଇ ଠାବ। କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଠାବ ହୋଇଛନ୍ତି। କର୍ଣ୍ଣାଟକରୁ ଡାକ୍ତରଙ୍କୁ ଠାବ କଲା କାଲିମେଳା ପୋଲିସ। ଗତ କିଛି ତଳେ ନିଖୋଜ ହୋଇଥିଲେ ଡାକ୍ତର। ଥାନାରେ ଏତଲା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ସୂଚନା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ । ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା…

ହାରିଗଲେ ହେଭିଓ୍ବେଟ, ସବୁଠୁ ଅଧି୍କ ବିଜେଡି ନେତା

ଭୁବନେଶ୍ବର: ଓଡିଶାରେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ଟ୍ରେଣ୍ଡି ସରକାରଙ୍କୁ ଇତିହାସ କରିଦେଲା ବିଜେପି । ଯାହା କେବେ କେହି କଳ୍ପନା କରିନଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇତିହାସ ହୋଇଯାଇଛନ୍ତି । ଖାଲି ଯେ ଦଳୀୟ ହାର ହୋଇଛି…

ଲଗାତାର ତୃତୀୟ ବିଜୟ ପରେ ମୋଦୀଙ୍କୁ ଶୁଭେଚ୍ଛାର ସୁଅ, ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଜଣାଇଲେ ବଧାଇ

ନୂଆଦିଲ୍ଲୀ: ଲଗାତାର ତୃତୀୟ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛାର ସୁଅ। ଦେଶରେ ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି।…

ଆଜି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଆଶାତୀତ ସଫଳତା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ଦେଶ ଆଉ ମୋଦୀ-ଶାହଙ୍କୁ ଚାହୁଁନି ବୋଲି ଫଳାଫଳରୁ ସ୍ପଷ୍ଟ ହୋଇଛି। ଏହି ଲଢେଇ…