Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଦେଲେ ସ୍କୁଟି, ଓଡ଼ିଶା ମା’ମାନଙ୍କୁ ସଶକ୍ତ କରିବ ମିଶନ ଶକ୍ତି ସ୍କୁଟର ଯୋଜନା

କଳାହାଣ୍ଡି: ଓଡ଼ିଶାର ମାଆମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ସ୍କୁଟି। ଖୁସି ହେଲେ ମହିଳା। କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଆୟୋଜିତ ସଭାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ…

‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ୩ୟ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ୱାବଧାନରେ National Innovation Foundation ଦ୍ୱାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି। ସେଥିମଧ୍ୟରୁ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ…

ବିଶ୍ବକପରେ ଦ୍ରୁତତମ ୧୦୦୦ ରନ୍ କ୍ଲବରେ ରୋହିତ ଶର୍ମା

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମିଳିତ ଭାବେ ଦ୍ରୁତତମ ବ୍ୟାଟର ଭାବେ ବିଶ୍ୱକପରେ ୧୦୦୦ ରନ୍ ପୂରଣ କରିବାର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ସେହିପରି ଖବର ଲେଖା ହେବା ସୁଦ୍ଧା ଚଳିତ ଇନିଂସରେ ତିନୋଟି…

ଦୀର୍ଘ ୩୨ ଦିନ ପରେ ପ୍ରତ୍ୟାହୃତ ହେଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଧାରଣା

ନୂଆପଡ଼ା: ଥମୁନି ବିସ୍ଥାପିତଙ୍କ ଦୁଃଖ, ମିଳୁନି ଉପଯୁକ୍ତ କ୍ଷତିପୂରଣ। ଗୋଟିଏ ପଟେ ଆନ୍ଦୋଳନ ଉପରେ ଆନ୍ଦୋଳନ। ଅନ୍ୟପଟେ ଅଧିକାରୀ, ଦଲାଲ ବର୍ଷ ବର୍ଷ ଧରି ଦୁର୍ନୀତି କରି ମାଲାମାଲ। ଭିଟାମାଟି ହରାଇ ସର୍ବସ୍ୱାନ୍ତ ବିସ୍ଥାପିତ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ ସମସ୍ୟା ଥମିବା…

କଟକ-ଅନୁଗୋଳ-ସମ୍ବଲପୁର ରାଜପଥ ଓ ତାଳଚେର-କାମାକ୍ଷାନଗର ବାଇପାସ ଖୁବ ଶୀଘ୍ର ଶେଷ ହେବ- ପ୍ରତିଶ୍ରୁତି ଦେଲେ ପରିବହନ…

ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀଙ୍କ ସହ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ, ରିଙ୍ଗ୍ ରୋଡ୍, କୋଷ୍ଟାଲ ହାଇଓ୍ୱେ, ରାଜଧାନୀ ରିଙ୍ଗ୍ ରୋଡ୍ ପ୍ରକଳ୍ପ…

JPNIC ଗେଟରେ ତାଲା ପକାଇଲା LDA; ଗେଟ ଡେଇଁ ଭିତରେ ପଶିଲେ ଅଖିଳେଶ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ବୁଧବାର ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀରେ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲକ୍ଷ୍ନୌର ଜେପିଏନଆଇସିରେ ପହଞ୍ଚିଥିଲେ। ଅଖିଳେଶ ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ ଅଟକାଇବାରୁ ଅଖିଳେଶ ରାଗିଯାଇ ଫାଟକ ଉପରେ ଚଢ଼ି…

ହସମତୁଲାହ, ଆଜମାତୁଲାହଙ୍କ ଅର୍ଦ୍ଧଶତକ: ଭାରତ ସମ୍ମୁଖରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ୨୭୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଟିମ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ । ହାସମୁତଲ୍ଲା ଶାହୀଦ ୮୦ ଓ ଅଜମୁତାଲ୍ଲା ୬୨ ରନର ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ…

ବିଜେପି ସାଂସଦମାନେ ଦିବାସ୍ୱପ୍ନ ଦେଖାନ୍ତି, ପ୍ରତିଶ୍ରୁତି ଦିଅନ୍ତି, ହେଲେ କାମ ବେଳକୁ ଭୁଲି ଯାଆନ୍ତି- ବିଜେଡି

ଭୁବନେଶ୍ୱର: ଜାତୀୟ ରାଜପଥକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ   ସ୍ଥିତିରେ ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟୁଛି । ଅନେକ ଜୀବନ ଗଲାଣି ।   ଉପକୂଳ ରାଜପଥ ଓ…

କୂଅରେ ପଡ଼ି ଯାଇଥିବା ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ; ୨ ଗୁରୁତର

ଭୁବନେଶ୍ୱର: କୂଅରେ ପଡିଯାଇଥିଲା ବିରାଡି । ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଘଟିଛି ବୁଧବାର ପଟିଆ ରେଲୱେ ଷ୍ଟେସନ ନିକଟରେ । ମିଳିଥିବା ସୂଚନା ଅନୁସାରେ, …