Latest Odisha News

BREAKING NEWS

ନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ଆରଆଇ ଓ ସରପଞ୍ଚଙ୍କ ସମେତ ପାଞ୍ଚ ଗିରଫ

ବରଗଡ: ନକଲି ଜାତି, ଆବାସିକ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ଜଣେ ସରପଞ୍ଚଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ଉଭୟ ଆରଆଇ ଓ ସରପଞ୍ଚ ବରଗଡ଼ର ହୋଇଥିବା ବେଳେ ଅନ୍ୟ ତିନି ଜଣ ଉତ୍ତର ପ୍ରଦେଶ (ୟୁପି)ର ବୋଲି…

ଅର୍କ ବିଜେପିରେ ସାମିଲ, ଜିଲ୍ଲାରେ ହୋଇପାରେ ବଡ଼ ଦଳୀୟ ପରିବର୍ତ୍ତନ

କଳାହାଣ୍ଡି: ଜିଲ୍ଲାର ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ପତ୍ନୀ ମାଳବିକା ଦେବୀଙ୍କ ସହ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି। ମୁଖ୍ୟତଃ ଉଭୟ ପତି ଓ ପତ୍ନୀ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଉପର ନେତାଙ୍କଠୁ…

କାନାରା ବ୍ୟାଙ୍କ ମ୍ୟାନେଜର ମାନସିକ ଅବସାଦ ପାଇଁ ନିଜ ଇଚ୍ଛାରେ ଗାଏବ ହୋଇଥିଲେ: ଏସପି

କଟକ: ତିନି ଦିନ ଧରି ନିଖୋଜ ଥିବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁରୁବାର ଗଞ୍ଜାମ ଜିଲ୍ଲା ଗିରିସୋଲା ଅଞ୍ଚଳରୁ ଉଦ୍ଧାର କରିଛି। ମାନସିକ ଅବସାଦ ଯୋଗୁଁ ମ୍ୟାନେଜର ତପନ ସାହୁ ନିଜେ ନିଖୋଜ ହୋଇଯାଇଥିଲେ ବୋଲି କଟକ ଅତିରିକ୍ତ ଏସପି (ଗ୍ରାମୀଣ) ଦେବବ୍ରତ ବରାଳ ସୂଚନା ଦେଇଛନ୍ତି।…

ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ଆରମ୍ଭ କଲା ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ଲୋକଙ୍କୁ ସାଇବର ଠକଙ୍କ କବଳରୁ ରକ୍ଷା କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଗୁରୁବାରଠାରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଲୋକଙ୍କୁ ସାଇବର ଠକଙ୍କ ଶୋଷଣ ଓ ପ୍ରତାରଣାରୁ ବଞ୍ଚାଇବା ପାଇଁ ଡିଜିପି ସୁନୀଲ ବଂଶଲ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ବଂଶଲ…

ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣରେ ରହିଛି। ସାମ୍ପ୍ରଦାୟିକ ସଦଭାବନା ବଜାୟ ରହିଛି। ଛାତ୍ର, ସେବା, ଶିଳ୍ପ, ଶ୍ରମ ଓ କୃଷି କ୍ଷେତ୍ରରେ ବିଶେଷ ଆଇନଶୃଙ୍ଖଳା…

୫ ବର୍ଷରେ ରାଜ୍ୟର ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ପ୍ରାଣ ହରାଇଛନ୍ତି

ଭୁବନେଶ୍ୱର: ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ପ୍ରାଣ ହରାଇଛନ୍ତି ବୋଲି ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସୁଦାମ ମାର୍ଣ୍ଡି…

ଝିଅ ବାହାଘର ପାଇଁ ଲକରରେ ରଖିଥିଲେ ୧୮ ଲକ୍ଷ ଟଙ୍କା; ସବୁ ଖାଇଦେଲା ଉଇ

ନୂଆଦିଲ୍ଲୀ: ବ୍ୟାଙ୍କ ଲକରରେ କ୍ୟାସ ରଖୁଛନ୍ତି କି? ଯଦି ରଖୁଛନ୍ତି ହୁଏତ ମହଙ୍ଗା ପଡିପାରେ । କାରଣ ଉତ୍ତରପ୍ରଦେଶ ମୁରାଦବାଦରେ ଜଣେ ମହିଳା ବ୍ୟାଙ୍କ ଲକରରେ ରଖିଥିବା ୧୮ ଲକ୍ଷ ଟଙ୍କାକୁ ଖାଇଯାଇଛି ଉଇ । ଟଙ୍କା ବଦଳରେ ଲକରରୁ ମହିଳାଙ୍କୁ ମିଳିଛି କେବଳ କାଗଜ ଗୁଣ୍ଡ । ମହିଳାଙ୍କ ଅଭିଯୋଗ…

ଉଜେୟନୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଅଟୋ ଚାଳକ ଗିରଫ

ଇନ୍ଦୋର: ନାବାଳିକା ଦୁଷ୍କର୍ମ ମାମଲାରେ ଅଟୋ ରିକ୍ସା ଚାଳକ ଗିରଫ। ଉଜ୍ଜେୟନୀ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ଜଣେ ଅଟୋ ଚାଳକ। ଯାହାଙ୍କ ଅଟୋରେ ଦୁଷ୍କର୍ମ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଗିରଫ ହେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଯଦି ଏଥର ଯାଞ୍ଚରେ କିଛି ନମିଳେ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ? : କେଜ୍ରିୱାଲ

ନୂଆଦିଲ୍ଲୀ: ଘର ମରାମତି ମାମଲାରେ ସିବିଆଇ ତଦନ୍ତ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଯେ ଯଦି ଏଥର ତଦନ୍ତରେ କିଛି ମିଳୁନାହିଁ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ ? ଏହା ପ୍ରଥମ ଘଟଣା…

ରମେଶ ବିଧୁଡ଼ୀଙ୍କୁ ମିଳିଲା ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ। ରାଜନେତାଙ୍କର ଚାଲିଛି ଜୋରସୋର ପ୍ରଚାର ପ୍ରସାର। ଏହାରି ଭିତରେ ବିଏସପି ସାଂସଦ ଦାନିଶ ଅଲିଙ୍କ ଉପରେ ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ବିଜେପି ରମେଶ ବିଧୁଡ଼ୀଙ୍କୁ ଟୋଙ୍କ ଜିଲ୍ଲାର…