Latest Odisha News

BREAKING NEWS

୧୦୦ ଘଣ୍ଟା ରୋଷେଇ କରି ବିଶ୍ୱ ରେକର୍ଡ ଭାଙ୍ଗିଲେ ନାଇଜେରିଆର ସେଫ୍‌

ନୂଆଦିଲ୍ଲୀ : ରୋଷେଇ କରିବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ବିରକ୍ତି ହୋଇଥାନ୍ତି । ଏହି ରୋଷେଇ କରି ଜଣେ ପାଚିକା ବିଶ୍ୱ ରେକର୍ଡ ହାତେଇଛନ୍ତି । ନାଇଜେରିଆର ଜଣେ ଲୋକପ୍ରିୟ ପାଚିକା ଲଗାତାର ସର୍ବାଧିକ ଘଣ୍ଟା ଧରି ରୋଷେଇ କରି ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ…

ବିଜେପି ସଭାପତିଙ୍କୁ ଭେଟିଲେ ମନମୋହନ ସାମଲ, ବଢ଼ିଲା ସଂଗଠନ ପରିବର୍ତ୍ତନ ଚର୍ଚ୍ଚା

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ଦଳରେ ସଂଗଠନ ପରିବର୍ତ୍ତନକୁ ନେଇ ଇସାରା ଦେଇଛି। ଶ୍ରୀଯୁକ୍ତ ସାମଲ ଓଡ଼ିଶା ବିଜେପିର ସଭାପତି…

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୪୦ ଆତଙ୍କୀ; ପୂରା ଇଲାକା ପୋଲିସ କବ୍ଜାରେ

ଇସଲାମବାଦ: ପୁଣି ନୂଆ ବିବାଦରେ ଫସିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ଗୋଟିଏ ବିବାଦରୁ ମୁକୁଳି ନାହାନ୍ତି, ଆଉ ଗୋଟିଏ ବିବାଦରେ ଫସିଛନ୍ତି ଇମ୍ରାନ । ପାକ  ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଲୁଚି ରହିଛନ୍ତି ୩୦ରୁ ୪୦ ଜଣ ଆତଙ୍କୀ । ପାକିସ୍ତାନ ସ୍ଥିତ…

ଆହୁରି ୫ ଦିନ କଲବଲ କରିବ ତାତି, ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା

ଭୁବନେଶ୍ୱର: ଆହୁରି ୫ ଦିନ କଲବଲ କରିବ ତାତି। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିପାରେ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିପାରେ। ଏହି ସମୟରେ କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏଭଳି…

ଦୁଇ ଜୀବନ୍ତ ବଜ୍ରକାପ୍ତା ଜବତ, ଏସଟିଏଫ୍ ପଞ୍ଝାରେ ଦୁଇ ଚାଲାଣକାରୀ

ଭୁବନେଶ୍ୱର: ଓଡ଼ିଶା ପୁଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍) ଏକ ସଫଳ ଅପରେସନ୍ କରି ସୋନପୁର ଜିଲ୍ଲାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ହେଲେ ଲଛିପୁର ଥାନା ଅନ୍ତର୍ଗତ ଝଙ୍କରପାଲି ଗ୍ରାମର ବେଦବ୍ୟାସ ଧରୁଆ(୪୧) ଓ ନବଦୀପ…

୫୦୦ ଟଙ୍କାର ଭତ୍ତା ପାଇଁ ବିଏସଏସଓ ନେଉଥିଲେ ୬ ହଜାର ଟଙ୍କା ଲାଞ୍ଚ, ଗିରଫ କଲା ଭିଜିଲାନ୍ସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ବିଏସଏସଓ) ଅରୁଣ ନାୟକ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅରୁଣ ନାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ମଧୁ ବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା…

ଗାଁକୁ ନାହିଁ ଭଲ ରାସ୍ତା, ଅସରାଏ ବର୍ଷାରେ୨ଗୁଣ ବଢ଼ୁଛି ଦୁଃଖ

ନୂଆପଡ଼ା : ସରୁନି ରାସ୍ତା ଦୁର୍ଦ୍ଦଶା । ବର୍ଷ ବର୍ଷ ଧରି ଲାଗି ରହିଛି ରାସ୍ତା ସମସ୍ୟା। ଗାଁ କୁ ଯିବାକୁ ନାହିଁ ଭଲ ରାସ୍ତା , ଚୁପ ବସିଛି ପ୍ରଶାସନ । ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ପଞ୍ଚାୟତର ଉପାନ୍ତ ଗାଁ  ଡୁମେରଜୋରର ବାଗପଡା । ଏହି ଗାଁ କୁ ଯିବାକୁ ଭଲ…

ଶଶୀ ଭୂଷଣ, ଅର୍କେଶଙ୍କ ସହ ଏହି ବିଜେଡି ନେତାଙ୍କ ନାଁରେ ରହିଛି ଘରୋଇ ହିଂସା ଓ ନାରୀ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର:ପୂର୍ବତନ୍ତ୍ର ମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବୋହୂ ରୋନାଲି ଯୌତୁକ ନର୍ଯାତନା ଅଭିଯୋଗ ଆଣିବା ପରେ ଆଜି ମୁହଁ ଖୋଲିଛନ୍ତି ଶ୍ୱଶୁର । ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କରି ଶଶୀଭୂଷଣ କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ପୁଅ ନାଁରେ ଆସିଥିବା…

ଏଣିକି ସହଜରେ ମିଳିବ ହଜିଲା ମୋବାଇଲ; ଉନ୍ମୋଚିତ ହେଲା ସଞ୍ଚାର ସାଥୀ ପୋର୍ଟାଲ

ଭୁବନେଶ୍ୱର: ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ ଉନ୍ମୋଚନ…

କାନ୍ସ ଫେଷ୍ଟିଭାଲ ରେଡ୍‌ କାର୍ପେଟରେ ଜଲଓ୍ବା ଦେଖାଇବେ ଅନୁଷ୍କା ଓ ମାନୁଷୀ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଫେଷ୍ଟିଭାଲ କାନ୍ସ ଫେଷ୍ଟିଭାଲ । ୧୬ରୁ ଆାରମ୍ଭ ହୋଇଯାଇଛି ଏହି ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ସମସ୍ତ ତାରକା ଯୋଗଦେବେ । ଗତ କାନ୍ସ ଫେଷ୍ଟିଭାଲରେ ଐଶ୍ୱରୀୟା ରାୟ ଏବଂ ଦୀପିକା ପାଦୁକାନ ନଜର ଆସିଥିଲେ । ପୂର୍ବରୁ ଏମାନେ କାନ୍ସରେ ଯୋଗଦେଇ ବଲିଉଡକୁ…