ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ବେଦମ ହୋଇଯିବେ ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଅକ୍ଷୟ ଗୁଜାର ନାମକ ଜଣେ ଯୁବକ ବାଇକ୍ ଧରି ଯାଉଛନ୍ତି । ଏକ ବ୍ରିଜ୍ ଉପରେ ହଠାତ୍ ତାଙ୍କ ବାଇକ୍ରୁ ପେଟ୍ରୋଲ ସରି ଯାଉଛି । ସେ ଆଗପଛ ନ ଭାବି ବାଇକ୍କୁ କାନ୍ଧରେ ଉଠାଇ ଆରାମରେ ଚାଲିବା ଆରମ୍ଭ କରୁଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ତାଙ୍କୁ ଏପରି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେହି କେହି ବାଇକ୍କୁ ଗଡ଼େଇ ଗଡ଼େଇ ନେବାକୁ କହିଥିଲେ ମଧ୍ୟ ସେ କାହାର କଥା ଶୁଣି ନ ଥିଲେ । ବାଇକ୍କୁ କାନ୍ଧରେ ଧରି ଆଗକୁୁ ଚାଲୁଛନ୍ତି । ଭିଡିଓରେ ଦେଖାଯାଇଥିବା ବାଇକ୍ଟି ହେଉଛି ସ୍ପେ୍ଲଣ୍ଡର, ଯାହାର ଓଜନ ୧୦୦ କିଲୋଗ୍ରାମରୁ ଅଧିକ ।
ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଏହାର ଭିଡିଓ ଭାଇରାଲ ହୋଇଥିଲା । ଯିଏ ଏହି ଭିଡିଓ ଦେଖିଲା, ସେ ଉକ୍ତ ଯୁବକଙ୍କ ଶକ୍ତିକୁ ପ୍ରଶଂସା କରିଲେ । ଏହି ଭିଡିଓ ଅକ୍ଷୟ ଗୁଜାର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅକ୍ଷୟ ଜଣେ ଫିଟନେସ୍ ମଡେଲ୍ । ଅକ୍ଷୟ ଶକ୍ତି ପ୍ରଦର୍ଶନ କରୁଥିବା ଅନେକ ଭିଡିଓ ସୋସିଆଲ ମିିଡ଼ିଆରେ ସେୟାର କରିଥାନ୍ତିି । ସେ ବାଇକ୍ ସହିତ ବିଭିନ୍ନ ଷ୍ଟଣ୍ଟ୍୍ ମଧ୍ୟ କରନ୍ତି ।
Comments are closed.