Latest Odisha News

ପେଟ୍ରୋଲ ଟ୍ୟାଙ୍କରରେ ବିସ୍ଫୋରଣ, ୧୦୦ରୁ ଅଧିକ ମୃତ

ଜିଗୱା: ନାଇଜେରିଆରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିବା ଏବଂ ପରେ ବିସ୍ଫୋରଣ ଘଟିବାରୁ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପେଟ୍ରୋଲ ନେବା ପାଇଁ ବହୁ ଲୋକ ଗାଡି ଆଡକୁ ଦୌଡିଥିବା ବେଳେ ଏହି ଅଘଟଣ ଘଟିଥିଲା।

ଏନେଇ ପୋଲିସ ମୁଖପାତ୍ର ଲାବନ ଆଦାମ କହିଛନ୍ତି ଯେ, ଜିଗୱା ରାଜ୍ୟରେ ମଧ୍ୟରାତ୍ରିରେ ରାଜପଥରେ ଟ୍ୟାଙ୍କର ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ୟାଙ୍କର ଓଲଟିବା ପରେ ଜୋରଦାର ବିସ୍ଫୋରଣ ଘଟିଥିଲା।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ପରେ ଲୋକମାନେ ଓଲଟି ପଡିଥିବା ଟ୍ୟାଙ୍କରରୁ ତେଲ ବାହାରି କରିବାରେ ଲାଗିଥିଲେ। ଏହି ସମୟରେ ଟ୍ୟାଙ୍କରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଯାହା ଫଳରେ ୧୦୦ରୁ ଅଧିକ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

 

Leave A Reply

Your email address will not be published.