Latest Odisha News

BREAKING NEWS

କଶ୍ମୀରରେ ଜି-୨୦ର ସଫଳତା ଦେଖି ରାଗିଗଲା ପାକିସ୍ତାନ; ୟୁରୋପୀୟ ଦେଶ ଉପରେ ବର୍ଷିଲେ ବିଲାବଲ

ନୂଆଦିଲ୍ଲୀ: କଶ୍ମୀରର ଶ୍ରୀନଗରେ ସୋମବାର ଜି-୨୦ ଟୁରିଜିମ ୱର୍କିଂ  ଗ୍ରୁପର ତିନି ଦିବସୀୟ ବୈଠକ ଚାଲିଛି । ଏହି ବୈଠକରେ ସଦସ୍ୟ ଦେଶ ଭାଗ ନ ନେବା ପାଇଁ ପାକିସ୍ତାନର ଶତଚେଷ୍ଟା  ବିଫଳ ହୋଇଛି ।  ବୈଠକ ସଫଳତାର ସହ ଆଗେଇ ଚାଲିଛି । ଦୁଇ-ଚାରୋଟି ଦେଶକୁ ବାଦ ଦେଲେ ସବୁ ପ୍ରମୁଖ ଦେଶ ଏଥିରେ ସାମିଲ ହୋଇଛନ୍ତି। ଏହାକୁ ଦେଖି ଆହୁରି  କ୍ଷୁବ୍ଧ ହୋଇଛି ପାକିସ୍ତାନ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ବୈଠକରେ ଯୋଗ ଦେଇଥିବା ଦେଶକୁ ଆକ୍ଷେପ କରି କହିଛନ୍ତି, ‘ଅନ୍ତର୍ଜାତୀୟ ସମୁଦାୟ କାଶ୍ମୀରରେ ଚାଲିଥିବା ଭାରତର ବର୍ବରତା ପ୍ରତି ଆଖି ବନ୍ଦ କରି ଦେଇଛନ୍ତି ।’

ସୋମବାର ପାକ ଅଧିକୃତ ଜମ୍ମ-କଶ୍ମୀର ବିଧାନସଭାରେ ବିଲବଳ ଭୁଟ୍ଟୋ ଅନ୍ତର୍ଜାତୀୟ ଦେଶ ସମୂହ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଚାଲିଥିବା ଭାରତର ବର୍ବରତା ପ୍ରତି ସମସ୍ତେ ଆଖି ବୁଜି ଦେଇଛନ୍ତି । କ୍ଷଣିକ ହିତ ପାଇଁ ଦୀର୍ଘଦିନରୁ ଚାଲି ଆସିଥିବା ସିଦ୍ଧାନ୍ତକୁ ବଳି ଦେବା ବୁଦ୍ଧିମାନର କାମ ନୁହେଁ ବୋଲି ସେ କହିଛନ୍ତି।

ବିଲାବଲ ନିଜ କ୍ଷୋଭ ପ୍ରକାଶ କରି କହିଛନ୍ତି, ‘ ଭାରତ କଶ୍ମୀରରେ ଜି-୨୦ ବୈଠକର ଅଧ୍ୟକ୍ଷତା କରି ନିଜ ସ୍ଥିତିର ଦୁରୂପଯୋଗ କରୁଛି । ଏପରି କରି  ବିଶ୍ୱ ମଞ୍ଚରେ ଭାରତ ନିଜର ଅହଙ୍କାର ପ୍ରଦର୍ଶନ କରୁଛି ।

ବିଲାବଲ ଜି-୨୦ ସମ୍ମିଳନୀରେ ସାମିଲ ହୋଇଥିବା ୟୁରୋପୀୟ ଦେଶ ସମୂହ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂକ୍ଷର ସୁରକ୍ଷା ପରିଷଦର ପ୍ରସ୍ତାବକୁ ନେଇ ୟୁରୋପୀୟ ଦେଶ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । କିନ୍ତୁ ସେହି ଦେଶ କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ଆଇନ ଉଲ୍ଲଘଂନ ପ୍ରତି ଆଖି ବୁଜି ଦେଉଛି ।’

ଶ୍ରୀନଗରରେ ଆୟୋଜିତ ଜି-୨୦ ବୈଠକରେ ୨୯ ଦେଶର ୬୧ ଜଣ ପ୍ରତିନିଧି ସାମିଲ ହୋଇଛନ୍ତି । ୨୦୧୯ରେ କାଶ୍ମୀରରୁ ଧାରା ୨୭୦ ହଟିବା ପରେ ଏହା ପ୍ରଥମ ବଡ ଧରଣର ଅନ୍ତର୍ଜାତୀୟ ସମ୍ମିଳନୀ । ଏଠାରେ ଏପରି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ କରି ଭାରତ ବିଶ୍ୱକୁ ଦେଖାଇବାକୁ ଚାହେଁ ଯେ, ଧାରା ୩୭୦ ହଟିବା ପରେ କାଶ୍ମୀରରେ ବିକାଶ କେତେ ଆଗକୁ ବଢିଛି । କଡ ସୁରକ୍ଷା ଭିତରେ ଏହି ସମ୍ମିଳନୀ ଏଠାରେ ଚାଲିଛି ।

Leave A Reply

Your email address will not be published.