ନୂଆଦିଲ୍ଲୀ:ନିକଟରେ ଶେଷ ହୋଇଛି ଜି-୭ ସମ୍ମିଳନୀ । ଏହି ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନେ ଋଷ ଉପରେ ଜୋରଦାର ବର୍ଷିଛନ୍ତି । ଏପରିକି ଋଷ ବିରୋଧରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ରୁଷର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବା ପାଇଁ ଜି-୭ ରାଜ୍ୟ ରୁଷ ଜାହାଜ, ରୁଷ ବିମାନ ଏବଂ ରୁଷ ହୀରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଗଣମାଧ୍ୟମ ସୂଚନା ଅନୁଯାୟୀ, ରୁଷର ହୀରା ଉଦ୍ୟୋଗରେ ୧୦ ଲକ୍ଷ ଭାରତୀୟ କାମ କରନ୍ତି । ଏହି ୧୦ ଲକ୍ଷ ଭାରତୀୟଙ୍କ ଜୀବିକା ଏବେ ସଙ୍କଟରେ । ବିଶ୍ୱର ୯୦ ପ୍ରତିଶତ ହୀରାର କଟିଂ ଏବଂ ପଲିସିଂ କାମ ଭାରତରେ ହେଉଛି । ଏହି ହୀରା ମଧ୍ୟରେ ରୁଷୀ ହୀରା ମଧ୍ୟ ରହିଛି ।
ଭାରତର ରୁଷର ଅଲରୋସାରୁ ଭାରତ ଋଷର ଆଲରୋସାରୁ ହୀରା ଆମଦାନୀ କରିଥାଏ । ପୃଥିବୀର ମୋଟ ହୀରାର ପ୍ରାୟ ୩୦ ପ୍ରତିଶତ ଆଲରୋସାରେ ଉତ୍ପାଦନ ହୋଇଥାଏ । ଏହି ହୀରାର କଟିଂ ଏବଂ ପଲିସିଂ ଭାରତରେ ହୋଇଥାଏ । ସେଠାରୁ ଜ-୭ ରାଜ୍ୟକୁ ରପ୍ତାନୀ ହୋଇଥାଏ । ଜି-୭ ରାଷ୍ଟ୍ରଗୁଡିକ ରୁଷ ହୀରା ଉପରେ ପ୍ରତିବନ୍ଧକ ଲଗାଇବା ଘୋଷଣା ପରେ ଜେମ ଆଣ୍ଡ ଜୁଏଲରୀ ଏକ୍ସପୋର୍ଟ ପ୍ରମୋଶନ କାଉନସିଲର ଚେୟାରମ୍ୟାନ ବିପୁଳ ଶାହ କହିଛନ୍ତି, ଯଦି ଏହି କଟକଣା ରୁଷ ଉପରେ ଏମିତି ଲାଗି ରୁହେ ତେବେ ୧୦ ଲକ୍ଷ ଭାରତୀୟ ସେମାନଙ୍କର ଜୀବିକା ହରାଇବା ଆଶଙ୍କା ରହିଛି ।
ରୁଷ ହୀରା ଉପରେ ଏପରି ପ୍ରତିବନ୍ଧକ ବିଶେଷ କରି ସୁରତର ହୀରା ଶ୍ରମିକମାନଙ୍କ ଉପରେ ପଡିବ । ଏହି କଟକଣା କାରଣରୁ ହୀରା ଯୋଗାଣ ବାଧାପ୍ରାପ୍ତ ହେଲାଣି । ଅନ୍ୟପକ୍ଷେ ରୁଷର ଆର୍ଥିକ ସ୍ଥିତିରେ ହୀରାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ୨୦୨୧ ମସିହାରେ କେବଳ ହୀରା ରପ୍ତାନୀ କରି ରୁଷ ୪ ବିଲିଅନ ଡଲାର ଆୟ କରିଥିଲା ।
Comments are closed.