Latest Odisha News

BREAKING NEWS

ଶେଷ ହେଲା ଜି-୭ ଶିଖର ସମ୍ମିଳନୀ, ବିଶ୍ୱ ନେତାଙ୍କୁ ଭେଟି ଇଟାଲୀରୁ ଫେରିଲେ ମୋଦୀ

ନୂଆଦିଲ୍ଲୀ: ଇଟାଲୀରେ ଚାଲିଥିବା ଜି-୭ ବୈଠକ ବର୍ତ୍ତମାନ ଶେଷ ହୋଇଛି । ସମ୍ମିଳନୀରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିଲ୍ଲୀରେ ପହଞ୍ଚିନ୍ତି। ଜି-୭ ସମ୍ମିଳନୀରେ ବିଶ୍ବ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଇଟାଲୀ ନିଜେ ଏହି ବୈଠକ ଆୟୋଜନ କରିଥିଲା। ଏହି ବୈଠକରେ ଯୋଗ ଦେବା ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ମୁଖ୍ୟମାନେ ପହଞ୍ଚିଥିଲେ।

ଏହି ବୈଠକରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପହଞ୍ଚିଥିଲେ। ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଭିନ୍ନ ଦେଶର ନେତାଙ୍କୁ ସ୍ୱାଗତ କରିବା ପାଇଁ ନିଜେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଉପସ୍ଥିତ ଥିଲେ। ତେବେଏହି ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ବୈଠକ କରି ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାଥିଲା ମୋଦୀଙ୍କ ପ୍ରଥମ ବିଦେଶ ଗସ୍ତ ଓ ପ୍ରଥମ ଶିଖର ସମ୍ମିଳନୀ ।

ଏହି ସମ୍ମିଳନୀରେ ମୋଦୀ ବିଶ୍ୱ ନେତାଙ୍କୁ ଭେଟିଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ୠଷି ସୁନକ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ, ଜାତିସଂଘ ମୁଖ୍ୟ ଓ ଭାଟିକାନ୍ ସିଟି ପୋପ୍ ଫ୍ରାନ୍ସିସ୍ ପ୍ରମୁଖଙ୍କୁ ଭେଟିଥିଲେ ମୋଦୀ। ଗ୍ଲୋବାଲ ସାଉଥ୍ ସମସ୍ୟା ଏବଂ ସେଠାରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ପୁଣି ବିଶ୍ବନେତାଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି। ଗ୍ଲୋବାଲ ସାଉଥ୍ ବା ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଅନେକ ପଛୁଆ, ବିକାଶଶୀଳ ରାଷ୍ଟ୍ର ଏବେ ଅନିଶ୍ଚିତତା ଏବଂ ଉତ୍ତେଜନା ମଧ୍ୟରେ ଗତି କରୁଥିବାରୁ ଚିନ୍ତା ପ୍ରକଟ କରିଛି ଭାରତ।

 

Leave A Reply

Your email address will not be published.