Latest Odisha News

BREAKING NEWS

ଜାଡରେ ଥରୁଛି ଓଡ଼ିଶା; ଜି ଉଦୟଗିରିରେ ସବୁଠୁ ଅଧିକ ଥଣ୍ଡା…

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ଜାରି ରହିଛି। ଏହାରି ମଧ୍ୟରେ ସୋମବାର ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି।

କନ୍ଧମାଳର ଜି ଉଦୟଗିରି ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଏହା ପରେ କୋରାପୁଟର ସେମିଲିଗୁଡା ୫.୪ ଡିଗ୍ରୀ ସେଲସିୟସ୍, କନ୍ଧମାଳର ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ଯଥାକ୍ରମେ ୫.୫ ଡିଗ୍ରୀ ସେଲସିୟସ୍ ଓ ୬ ଡିଗ୍ରୀ ସେଲସିୟସ୍, କୋରାପୁଟ ୬.୪ ଡିଗ୍ରୀ ସେଲସିୟସ୍ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।

ସେହିପରି ଝାରସୁଗୁଡାରେ ପାରଦ ୬.୫ ଡିଗ୍ରୀ ସେଲସିୟସକୁ ଖସିଥିଲା। ଯାହା ସ୍ୱାଭାବିକ ଠାରୁ ୪.୮ ଡିଗ୍ରୀ ସେଲସିୟସ୍ କମ୍ ଥିଲା। ତେବେ ଏହା ଡିସେମ୍ବର ମାସରେ ପଶ୍ଚିମ ଓଡ଼ିଶାରେ ରେକର୍ଡ କରାଯାଇଥିବା ଚତୁର୍ଥ ସର୍ବନିମ୍ନ ତାପମାତ୍ରା।

ଅପରପକ୍ଷରେ ରାଜ୍ୟର ଅନେକ ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ସେଗୁଡ଼ିକ ହେଲା- ରାଉରକେଲା (୭ ଡିଗ୍ରୀ ସେଲସିୟସ), ଅନୁଗୁଳ (୮ ଡିଗ୍ରୀ ସେଲସିୟସ), ନବରଙ୍ଗପୁର (୮.୬ ଡିଗ୍ରୀ ସେଲସିୟସ), ସୁନ୍ଦରଗଡ଼ର କିରେଇ (୮.୭ ଡିଗ୍ରୀ ସେଲସିୟସ), ଭବାନୀପାଟଣା (୯ ଡିଗ୍ରୀ ସେଲସିୟସ), ବଲାଙ୍ଗୀର (୯.୪ ଡିଗ୍ରୀ ସେଲସିୟସ), ସୁନ୍ଦରଗଡ଼ (୯.୫ ଡିଗ୍ରୀ ସେଲସିୟସ) ଏବଂ କେନ୍ଦୁଝର ଓ ସୋନପୁରରେ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସ ରହିଥିଲା। କଟକରେ ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ୱାଭାବିକ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଉପରେ ରହିଥିଲା।

 

Comments are closed.