ନୂଆଦିଲ୍ଲୀ: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ଶେଷ ଆଡ଼କୁ ଜି-୨୦ ଏକ ଭର୍ଚ୍ଚୁଆଲ ଅଧିବେଶନ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ବି ଦେଇଛନ୍ତି। ଏହି ଜି-୨୦ ର ସଂଯୁକ୍ତ ଘୋଷଣା ଉପରେ ସହମତି ଭିତ୍ତି କରି ଭାରତର କୂଟନୀତିକୁ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ଏବଂ ଦୃଢାକ୍ତି ଯୋଗୁଁ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ସହମତ ହୋଇଛନ୍ତି। ମିଳିତ ଘୋଷଣାନାମାରେ ୩୭ଟି ସବ୍-ହେଡ୍ ଏବଂ ୧୦ ଟି ମୁଖ୍ୟ ଥିମ୍ ରହିଛି ଏବଂ ସମସ୍ତ ଦେଶ ଏଥିରେ ସହମତ ହୋଇଛନ୍ତି।
ଅଧିକାରୀ କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ଦର୍ଶାଯାଇଛି ଯେ ଭାରତ ଏବଂ ଏହାର ନେତୃତ୍ୱ ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧର ମିଳନ। ମିଳିତ ଘୋଷଣାନାମା ଉପରେ ଚୁକ୍ତିନାମାକୁ ବିଭାଜନକାରୀ ସହମତି ପରିବର୍ତ୍ତେ ଏକ ସମ୍ମିଳିତ ସହମତି ବୋଲି କହିବା ଅଧିକ ଠିକ। ସୂଚନା ଥାଉକି ଯେ, ଗତ ବର୍ଷ ଇଣ୍ଡୋନେସିଆର ବାଲିରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀର ମନିଫେଷ୍ଟୋରେ ଋଷ ବିରୁଦ୍ଧରେ ଦୃଢ ଶବ୍ଦ ବ୍ୟବହାର କରାଯାଇଥିଲା ଏବଂ ୟୁକ୍ରେନ ପାଇଁ ଖୋଲା ସମର୍ଥନ ପ୍ରକାଶ କରାଯାଇଥିଲା। କିନ୍ତୁ ଭାରତ ମନିଫେଷ୍ଟୋରେ ଏପରି କିଛି କରାଯାଇନାହିଁ।
ଏନେଇ ଋଷ ଭାରତକୁ ପ୍ରଶଂସା କରିଛି। ଋଷିଆର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ କହିଛନ୍ତି, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ଏକ ସଫଳ କାର୍ଯ୍ୟକ୍ରମ। କାରଣ ଏହା ଆମକୁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଗକୁ ବଢ଼ିବାର ମାର୍ଗ ପ୍ରଦାନ କରିଛି। ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ପ୍ରଥମଥର ପାଇଁ ‘ଗ୍ଲୋବାଲ ସାଉଥ’ର ସ୍ଥିତିକୁ ମଜବୁତ କରିଛି। ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ବିଶ୍ୱ ଅର୍ଥବ୍ୟବସ୍ଥାରେ ବିଶ୍ୱ ଶାସନ ଏବଂ ନିରପେକ୍ଷତା ପାଇଁ ଦିଗ ପ୍ରଦାନ କରିଛି। ବିଶ୍ୱ ଶୃଙ୍ଖଳା ବଦଳୁଛି, ପାଶ୍ଚାତ୍ୟ ଦେଶର ଆଧିପତ୍ୟ ଏଥର ଶେଷ ହେବ।
Comments are closed.