Latest Odisha News

ପୁଟିନଙ୍କୁ ଚେତାବନୀ ଦେଲେ ଜି-7 ଦେଶ: ପରମାଣୁ ଆକ୍ରମଣ ଧମକକୁ ଚାରିଆଡୁ ସମାଲୋଚନା

ଜର୍ମାନୀରୁ ଆସି ପହଁଚିଲା ଏୟାର ଡିଫେନସ ସିଷ୍ଟମ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୟୁକ୍ରେନ୍ ଉପରେ ଘନ ଘନ ମିଶାଇଲ ମାଡ଼ କରୁଥିବା ଋଷକୁ ଜି-7 ଦେଶ ସମୁହ ଚେତାବନୀ ଦେଇଛନ୍ତି । ଆଗକୁ ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜି-7 ରାଷ୍ଟ୍ରସମୁହ ଘୋଷଣା କରିଛନ୍ତି । ଜି-୭ ଦେଶଗୁଡିକ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଜର୍ମାନି, ଇଟାଲି, ୟୁକେ, କାନାଡା, ୟୁଏସ, ଫ୍ରାନସ , ଜାପାନ ଦେଶଗୁଡ଼ିକ ବୈଠକରେ ପୁଟିନଙ୍କ ଏକଛତ୍ରବାଦୀ ନୀତିର କଡା ଜବାବ ଦେବାକୁ ଘୋଷଣା କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ପୁଟିନ ଯଦି ପରମାଣୁ ବୋମା ୟୁକ୍ରେନ ଉପରେ ପକାନ୍ତି ତେବେ ପେଣ୍ଟାଗନ ଚୁପ ହୋଇ ରହିବ ନାହିଁ ।  ଜର୍ମାନୀ ପକ୍ଷରୁ  କିଭଙ୍କୁ ଅଧିକ ସାମରିକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଜର୍ମାନୀର ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନରେ ପହଂଚିସାରିଛି । ପୁଟିନଙ୍କ  ପରମାଣୁ ଧମକ ପ୍ରତି ଜି-7 ଦେଶ କଡ଼ା ନଜର ରଖିଛନ୍ତି । ଏହାର ଉଚିତ ଜବାବ ଦିଆଯିବ ବୋଲି  ଜି-7 ରାଷ୍ଟ୍ରମାନେ ଏକମତ ହୋଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ପୁଟିନ ବାରମ୍ବାର ପରମାଣୁ ଧମକ ଦେଉଛନ୍ତି । ୟୁକ୍ରେନ୍ ଉପରେ ମିଜାଇଲ ଆକ୍ରମଣ ଜୋରଦାର କରିଛନ୍ତି । ଆଠ ମାସ ଧରି ଋଷର ଯୁଦ୍ଧକୁ ୟୁକ୍ରେନ ପ୍ରତିରୋଧ କରିଆସୁଛି । ‘ପରମାଣୁ’ ଧମକ ଦେବାକୁ ନେଇ ବିଶ୍ବର ବିଭିନ୍ନ ଦେଶ ପୁଟିନଙ୍କ ସମାଲୋଚନା କରିଛନ୍ତି । ପୁଟିନ ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ମତ ରଖିଛନ୍ତି । ପରମାଣୁ ଧମକ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ମାନିଛନ୍ତି ।

Comments are closed.