Latest Odisha News

ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍) ଯିବେ ଇସ୍ରୋର ଗଗନଯାତ୍ରୀ। ଲୋକସଭାରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ କହିବାନୁସାରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଗଗନଯାନ ପାଇଁ ମନୋନୀତ ହୋଇଥିବା ୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣକୁ ଅଗଷ୍ଟ ମାସ ପରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)କୁ ପଠାଯିବ।

ଏହା ନାସାର ଏକ ପ୍ରାଇଭେଟ୍ କମ୍ପାନୀ ଓ ଇସ୍ରୋ ଭିତରେ ଏକ ମିଳିତ ମିଶନ୍। Axiom Space ନାମକ କମ୍ପାନୀ ସହ ଇସ୍ରୋ ମଧ୍ୟ ଚୁକ୍ତି କରିଛି। ଅଗଷ୍ଟ ୨୦୨୪ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଏହି ମିଶନ୍ ଆରମ୍ଭ କରାଯାଇପାରେ ବୋଲି ସୂଚନା ମିଳିଛି।

ତେବେ ଗଗନଯାନ ମିଶନ ପାଇଁ ସମସ୍ତ ମହାକାଶଚାରୀ ବେଙ୍ଗାଲୁରୁରେ ISROର ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି।

Comments are closed.