Latest Odisha News

BREAKING NEWS

ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ପୁରୀ ଗୋବର୍ଦ୍ଦନ ପୀଠର ଶଙ୍କରାଚାର୍ଯ୍ୟ । ଏହାପରେ ଆଜି ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସକ  ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ଆଗକୁ ରଥଯାତ୍ରା ରହିଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ସରକାର ବିବାଦ ଘେରରେ ଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କୁ ଅସନ୍ତୋଷ କରିବାକୁ ଜିଲ୍ଲା ପ୍ରଶାସନ ଚାହୁଁ ନଥିବା ସୂଚନା ରହିଛି।

BjdElectrycity

ରବିବାର ଶଙ୍କରାଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ସେ ନଥିବା ସମୟରେ ସରକାର ପୁରୀରେ ବିଭିନ୍ନ କାମ କରୁଛନ୍ତି। ସରକାର ଯାହା କରୁଛନ୍ତି ତାହା ବୁଝି ବିଚାରି କରିବା ଦରକାର । ମନ୍ଦିର ପାଖରେ ଯାହା ବି ହେଉଛି ତାଙ୍କର ପରାମର୍ଶ ନେବାର ଥିଲା। ସରକାର ତୋପଭୂମିକୁ ଏବେ ଭୋଗଭୂମିରେ ପରିଣତ କରିଛନ୍ତି ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ।

ଶ୍ରୀମନ୍ଦିର ଉପରେ ଯେପରି କୌଣସି କ୍ଷତିକାରକ ପ୍ରଭାବ ନପଡ଼ିବ ସେଥିପାଇଁ ସରକାର ସ୍ଥପତି, ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରି କୌଣସି ନିର୍ମାଣ କାମ କରିବା ଉଚିତ୍ ଥିଲା ବୋଲି ସେ କହିଥିଲେ।

ସେ ଅସନ୍ତୋଷ ପ୍ରକାଶ କରି ଆହୁରି ମଧ୍ୟ କହିଥିଲେ, “ଶ୍ରୀମନ୍ଦିର ଚାରିପାଖରେ ଆସୁଥିବା କୋଠାଗୁଡ଼ିକ ଯଦି ମନ୍ଦିରର ସୌନ୍ଦର୍ଯ୍ୟକୁ ଲୁଚାଇ ରଖିବ ତେବେ ତାହା ଠିକ ନୁହେଁ । ଯେଉଁ ବିକାଶମୂଳକ କାମ ଚାଲିଛି, ତାହା ଶ୍ରୀମନ୍ଦିର ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ବୋଲି ସେ ଆଶା କରୁଛନ୍ତି। ଭଗବାନଙ୍କ ପ୍ରତି ସମ୍ପୂର୍ଣ୍ଣ ନିଷ୍ଠାର ସହ ସମସ୍ତ କାମ କରିବା ଉଚିତ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ, ଐତିହ୍ୟ ପ୍ରକଳ୍ପ କାମକୁ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଏବଂ ରାତି ଅଧିଆ ଜିପିଆର ସର୍ଭେକୁ ନେଇ ରାଜ୍ୟ ସରକାର ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି।

Leave A Reply

Your email address will not be published.