Latest Odisha News

BREAKING NEWS

ଗଜପତି: ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ କଲା ପୋଲିସ

ଗଜପତି: ଗଞ୍ଜେଇ ଚାଷର ଗନ୍ତାଘର ସାଜିଛି ଗଜପତି ଜିଲ୍ଲା। ପ୍ରତିଦିନ ପ୍ରାୟ ଏଠାରେ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ସୂଚନା ମିଳୁଛି।

ପ୍ରାୟ ୬୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କା ହେବ ।

ସୁଚନାନୁଯାୟୀ, ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ କୁମୁଳି ସିଂ ଗାଁରେ ଗଞ୍ଜେଇ ଚାଷ ହେଉଥିବା ନେଇ ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିଥିଲା । ଏନେଇ ପୋଲିସ ଓ ଅବକାରୀ ମିଳିତ ଚଢ଼ାଉ କରି ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।  ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.