Latest Odisha News

BREAKING NEWS

ବାଇଡେନ୍ ଓ କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି ଭାବରେ କମଳା ହାରିସ ଶପଥ ନେଇଛନ୍ତି । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜୋ ବାଇଡେନଙ୍କୁ ଶୁଭେଚ୍ଛା । ସେ ଆଶା ପ୍ରକାଶ କରିଛନ୍ତି ଭାରତ-ଆମେରିକା ସଂପର୍କ ଅଧିକ ସୁଦୃଢ଼ ହେବ । ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବାକୁ ମିଳିତ ଭାବେ କାମ କରିବୁ । ମୂଲ୍ୟବୋଧର ଭିତ୍ତିଭୂମିରେ ଉଭୟ ଦେଶର ସଂପର୍କ ଦୃଢ଼ୀଭୂତ ହେବବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.