ଗଜପତି: ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟରେ ସ୍ଵତନ୍ତ୍ର ତାଲିମ୍ ଦିଆଯାଉଛି । ମୋହନା ଥାନା ଗୁଣ୍ଡୀମା ଆଦର୍ଶ ବିଦ୍ୟାଳୟରେ ପୋସ୍କୋ ଆଇନ୍ ଓ ଶିଶୁ ଯୌନ ନିର୍ଯାତନା ବିଷୟରେ ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍ ସହ ସଚେତନ କରାଯାଇଛି । ଶିଶୁମାନଙ୍କୁ ପ୍ରଲୋଭନ ଦେଖାଇ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରି ହତ୍ୟା କରୁଛନ୍ତି, ଏହା ଉପରେ ବିଶେଷ ତାଲିମ୍ ପ୍ରଦାନ କରିଥିଲେ ଆର୍ ଉଦୟଗିରୀ ଏସଡିପିଓ ରାକେଶ କୁମାର ସାହୁ।
କିଏ ଖରାପ ନଜରରେ ଦେଖେ ଓ କିଛି କହେ ତା ହେଲେ ନିଜର ମାବାପା ସହ ଭଉଣୀଭାଈଙ୍କୁ ଜଣାଇବା ସହ ନିକଟସ୍ଥ ପୋଲିସ୍ ଷ୍ଟେସନରେ ଯାଇ ଅଭିଯୋଗ କରିପାରିବେ ବୋଲି ତାଲିମ୍ ରେ କୁହାଯାଇଛି ।
ଯଦି ପୋଲିସ ଷ୍ଟେସନ ଯାଇ ପାରିବେ ନାହିଁ ତା ହେଲେ ୧୦୯୮ ରେ ସିଧା ସଳଖ ଫୋନ୍ କରି ଅଭିଯୋଗ କରି ପାରିବେ । ଅଭିଯୋଗ ପରେ ପୋଲିସ ଘରକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍ ଦିଆଯାଇଥିଲା ।
ସ୍ଵତନ୍ତ୍ର ତାଲିମ୍ କାର୍ଯ୍ୟକ୍ରମରେ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ବିଦ୍ୟାଳୟର ପ୍ରିନ୍ସିପାଲ ଉପସ୍ଥିତ ରହିଥିଲେ ।