ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଦୀର୍ଘ ଦିନ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ଅବସର ନେଇ ମୁହଁ ଖୋଲିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ, ରୋହିତ ଓ କୋହଲିଙ୍କ ଅନୁପସ୍ଥିତି ଆଗାମୀ ଇଂଲଣ୍ଡ ଗସ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଅପରପକ୍ଷରେ ଏହା ଯୁବ ଖେଳାଳିଙ୍କୁ ଏକ ବଡ ସୁଯୋଗ ପ୍ରଦାନ କରିବ । ରିପୋର୍ଟ ମୁତାବକ ଶନିବାର ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା କରାଯିବ । ଅବସର ନେବା ପାଇଁ କାହା ଉପରେ ଚାପ ପକା ଯାଇ ନ ଥିଲା ବୋଲି ଏହି ଅବସରରେ ଗମ୍ଭୀର ସ୍ପଷ୍ଟ କରିଛନ୍ତି । ଜଣେ ଖେଳାଳି ତାର କ୍ୟାରିୟର ଆରମ୍ଭ ଓ ଶେଷ କରିବା ନିଷ୍ପତି ନିଜେ ନେଇଥାଏ । ଏବେ ଦଳରେ କେତେକ ଯୁବ ଖେଳାଳି ବଡ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ।
୨୦୨୭ ଦିନିକିଆ ବିଶ୍ୱକପରେ କୋହଲି ଓ ରୋହିତଙ୍କ ଖେଳିବା ସମ୍ପର୍କରେ ଗମ୍ଭୀର ଠିକ ଭାବେ କିଛି କହି ନ ଥିଲେ । ସେ କହିଥିଲେ, ଇଂଲଣ୍ଡ ଗସ୍ତ ପରେ ଟି୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଦିନିକିଆ ବିଶ୍ୱକପ ପାଇଁ ଆହୁରି ଅନେକ ଦିନ ବାକି ରହିଛି । ଫର୍ମ ଏବଂ ଫିଟନେସକୁ ଆମେ ଗୁରୁତ୍ୱ ଦେଉଛୁ । ବୟସକୁ କେବେ ବି ମାପକାଠି ଭାବେ ବିବେଚନା କରାଯାଉନି ବୋଲି ଗମ୍ଭୀର କହିଛନ୍ତି । ସେ ଅନ୍ୟ ଅର୍ଥରେ କହିଥିଲେ, କୋହଲି ଓ ରୋହିତ ଭଲ ପ୍ରଦର୍ଶନ କଲେ ଦଳରେ ସ୍ଥାନ ବଜାୟ ରଖିପାରିବେ ।
Comments are closed.