Latest Odisha News

ଗମ୍ଭୀରଙ୍କୁ ଏ ଭଳି ମନାଇଥିଲେ ଜୟ ଶାହା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କୋଚ କିଏ ହେବ ସେ ନେଇ କୌଣସି ପ୍ରକାରର ଘୋଷଣା କରାଯାଇ ନାହିଁ । ତେବେ ରିପୋର୍ଟ ମୁତାବକ ଭାରତୀୟଙ୍କ ମଧ୍ୟରେ ଗୌତମ ଗମ୍ଭୀର ଓ ଭିଭିଏସ ଲକ୍ଷ୍ମଣ ଆଗରେ ରହିଛନ୍ତି । ଗମ୍ଭୀର ଭାରତୀୟ ଦଳର କୋଚ ହେବା ଏକପ୍ରକାର ନିଶ୍ଚିତ ବୋଲି ଖବରମାନ ପ୍ରକାଶ ପାଇଛି । ତେବେ ଗମ୍ଭୀରଙ୍କୁ ବିସିସିଆଇ ସେକ୍ରେଟାରୀ ଜୟଶାହ କିପରି ମନାଇଥିଲେ ଆସନ୍ତୁ ଜାଣିବା । ଆଇପିଏଲ ୨୦୨୪ରେ ଗମ୍ଭୀର କେକେଆରର ମେଂଟର ଦାୟିତ୍ୱ ତୁଲାଇଥିଲେ । କେକେଆର ଚାମ୍ପିୟନ ହେବା ପରେ ଜୟ ଶାହ ଓ ଗମ୍ଭୀର ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଗମ୍ଭୀର ପ୍ରଥମେ ରାଜି ହୋଇ ନ ଥିଲେ, ମାତ୍ର ଶାହ ଯେତେବେଳେ କହିଲେ ଆଇପିଏଲରେ ଯଦି ଏହି କାର୍ଯ୍ୟ କରୁଛ ତେବେ ଦେଶ ପାଇଁ କାହିଁକି ନ କରିବ ? ଗମ୍ଭୀରଙ୍କୁ ଏହି କଥା ମନ ପାଇଥିଲା ଏବଂ ସେ ରାଜି ହୋଇଥିଲେ । ଜୟ ଶାହ ସ୍ପଷ୍ଟ କରି ସାରିଛନ୍ତି ଯେ, ସେ କୌଣସି ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ କୋଚ ପଦ ନେଇ ଆଲୋଚନା କରି ନାହାନ୍ତି । ବିସିସିଆଇ ଏ ଭଳି ଏକ କୋଚର ସନ୍ଧାନରେ ରହିଛି ଯିଏ କି ଭାରତୀୟ କ୍ରିକେଟର ଢ଼ାଂଚା ସହ ଭଲ ଭାବେ ପରିଚିତ ଥିବ । ଗମ୍ଭୀର ରାଜନୀତିଠାରୁ ଦୂରେଇ ରହିବା ପରେ ସେ ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇ ପାରିବେ ବୋଲି ଆଶା କରାଯାଉଛି ।

Comments are closed.