ମାଂଚେଷ୍ଟର: ଚତୁର୍ଥ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଇଂଲଣ୍ଡ ଖେଳାଳିଙ୍କୁ ନିରାଶ କରିଥିଲା । ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ହ୍ୟାଣ୍ଡସେକକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର କଣ ଶତକର ହକଦାର ନ ଥିଲେ । ଯଦି ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଏ ଭଳି ପରିସ୍ଥିତିରେ ରହିଥାନ୍ତେ ତୁମେ କଣ ଶତକ ପାଇଁ ଅପେକ୍ଷା କରି ନ ଥାନ୍ତ ବୋଲି ଗମ୍ଭୀର ପ୍ରଶ୍ନ କରିଛନ୍ତି । ଆମେ ଏଠାକୁ କ୍ରିକେଟ ଖେଳିବାକୁ ଆସୁଛି, କାହାକୁ ଖୁସି କରିବା ପାଇଁ ନୁହେଁ ବୋଲି ସେ କହିଛନ୍ତି ।
ଏକ ନିଶ୍ଚିତ ବିଜୟ ଲକ୍ଷ୍ୟରେ ଥିବା ଇଂଲଣ୍ଡ ଶେଷ ଭାଗରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଗରେ ନିରୁପାୟ ଥିଲେ । ମ୍ୟାଚର ଫଳାଫଳ ବାହାରିବା ଆଶା ଆଉ ନ ଦେଖାଯିବା ପରେ ଅଧିନାୟକ ଷ୍ଟୋକ୍ସ ଡ୍ର ପାଇଁ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କ ନିକଟକୁ ଯାଇଥିଲେ । ତେବେ ଜାଡେଜା ଓ ସୁନ୍ଦର ଖେଳିବା ଜାରୀ ରଖିବେ ବୋଲି କହିଥିଲେ । ସେ ସମୟରେ ଜାଡେଜା ୮୯ ଓ ସୁନ୍ଦର ୮୦ ରନ କରିଥିଲେ । ଷ୍ଟୋକ୍ସ ଜାଣିଶୁଣି ହ୍ୟାରୀ ବ୍ରୁକଙ୍କୁ ବୋଲିଂ ଦେଇଥିଲେ । ଉଭୟ ଖେଳାଳି ସହଜରେ ଶତକ ହାସଲ କରି ନେଇଥିଲେ । ଷ୍ଟୋକ୍ସଙ୍କ ଏହି ମନୋଭାବକୁ ସମାଲୋଚନା କରାଯାଉଛି ।
Comments are closed.