Latest Odisha News

BREAKING NEWS

ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଇଂଲଣ୍ଡ ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଟିମ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ଏଠାରେ ଉଭୟ ଟିମ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଜୁନ ୬ରେ ଟିମ ସହିତ ଗମ୍ଭୀର ଇଂଲଣ୍ଡ ଗସ୍ତରେ ଯାଇଥିଲେ । ପ୍ରଥମ ଟେଷ୍ଟ ଜୁନ ୨୦ରୁ ଆରମ୍ଭ ହେବ । ରିପୋର୍ଟ ମୁତାବକ ଗମ୍ଭୀରଙ୍କ ମାଆ ଅସୁସ୍ଥ ଥିବାରୁ ସେ ସ୍ୱଦେଶ ଆସିଛନ୍ତି । ପୂନର୍ବାର ଖୁବ ଶୀଘ୍ର ଟିମ ସହିତ ଯୋଗ ଦେବେ । ୨୦୦୭ ପରଠାରୁ ଇଂଲଣ୍ଡ ଗସ୍ତରେ ଭାରତ ସିରିଜ ବିଜୟୀ ହୋଇନି ।

ଏଥର ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ମହାନ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କିପରି ପ୍ରଦର୍ଶନ କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଏହି ଗସ୍ତରେ ଯାଇଛି । ଏଥର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ବିଜେତାଙ୍କୁ ଏକ ନୂତନ ଟ୍ରଫି ପ୍ରଦାନ କରାଯିବ । ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନଙ୍କ ନାମରେ ଟ୍ରଫି ଦିଆଯିବ । ଜୁନ ୧୧ରେ ସଚିନ ଓ ଆଣ୍ଡରସନ ଏହି ଟ୍ରଫି ଉନ୍ମୋଚନ କରିବେ ।

Comments are closed.