Latest Odisha News

BREAKING NEWS

ଓଡିଆ ଘରୋଇ ସହାୟିକାଙ୍କ ଶେଷକୃତ୍ୟ କଲେ ସାଂସଦ ତଥା କ୍ରିକେଟର ଗୌତମ ଗାମ୍ଭୀର

ଭୁବନେଶ୍ୱର : ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ନିଜ ଘରୋଇ ସହାୟିକାଙ୍କର ଶେଷକୃତ୍ୟ କରିଛନ୍ତି । ଘରୋଇ ସହାୟିକା ଥିବା ସରସ୍ୱତୀ ପାତ୍ର ନାମକ ଏହି ମହିଳା ଜଣଙ୍କ ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ କୁସୁନପୁର ଗାଁର । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ଗାମ୍ଭୀରଙ୍କ ପରିବାର ପକ୍ଷରୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତ ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସରସ୍ୱତୀ ଗତ କିଛି ବର୍ଷ ହେଲା ଗାମ୍ଭୀରଙ୍କ ଘରେ ରହି ପିଲାମାନଙ୍କର ଯତ୍ନ ନେଉଥିଲେ ।

ମୃତ୍ୟୁ ପରେ ଯାଜପୁରରେ ରହୁଥିବା ସରସ୍ୱତୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଲକ୍‌ଡାଉନ ଚାଲିଥିବାରୁ ମୃତଦେହକୁ ଗାଁକୁ ପଠାଇବା ସମ୍ଭବ ହେଲାନାହିଁ । ତେଣୁ ଗାମ୍ଭୀର ନିଜେ ସରସ୍ୱତୀଙ୍କ ଶେଷକୃତ୍ୟ କରାଇଥିଲେ ।

Taking care of my little one can never be domestic help. She was family. Performing her last rites was my duty. Always believed in dignity irrespective of caste, creed, religion or social status. Only way to create a better society. That’s my idea of India! Om Shanti pic.twitter.com/ZRVCO6jJMd

— Gautam Gambhir (@GautamGambhir) April 23, 2020

ଏ ନେଇ ଗାମ୍ଭୀର ଟ୍ୱିଟରରେ ଲେଖିଥିଲେ ଯେ, ‘ମୋ ପିଲାମାନଙ୍କର ଦାୟିତ୍ୱ ନେଉଥିବା ମହିଳା କେବେ ଘରୋଇ ସହାୟିକା ହୋଇ ନ ପାରେ ସେ ମୋ ପରିବାରର ସଦସ୍ୟ । ତାଙ୍କର ଶେଷକୃତ୍ୟ କରିବା ମୋର ଦାୟିତ୍ୱ ଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଦେବା ଉପରେ ମୁଁ ବିଶ୍ୱାସ କରେ । ଏହା ଦ୍ୱାରା ଆମେ ଏକ ସୁନ୍ଦର ସମାଜ ଗଢିପାରିବା । ’

ଅନ୍ତିମ ସଂସ୍କାର ପରେ ପରବର୍ତ୍ତୀ କ୍ରିୟାକର୍ମ ପାଇଁ ଅସ୍ଥିର ଦରକାର ଥିବାରୁ ଲକ୍‌ଡାଉନ ପରେ ଏହାକୁ ତାଙ୍କ ପରିବାର ଲୋକଙ୍କୁ ପଠାଯିବ ବୋଲି ଜଣାପଡିଛି ।

ଘରୋଇ ସହାୟିକାଙ୍କ ଶେଷକୃତ୍ୟ ନେଇ ସମସ୍ତେ ଗାମ୍ଭୀରଙ୍କୁ ପ୍ରଶଂସା କରୁଛନ୍ତି । ଏ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶ୍ରଦ୍ଧାଂଜଳି ସ୍ୱରୂପ ଗାମ୍ଭୀର ନିଜେ ଶେଷକୃତ୍ୟ କରି ନିଜ ମାନବୀୟ ମୂଲ୍ୟବୋଧକୁ ପରିବ୍ୟାପ୍ତ କରିଛନ୍ତି ।

 

Leave A Reply

Your email address will not be published.