ଲଣ୍ଡନ: ଜୁଲାଇ ୨୩ରୁ ମାଂଚେଷ୍ଟରରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ଖେଳାଯିବ । ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ଭାରତ ମ୍ୟାଚ ଜିତି ପାରି ନ ଥିଲା । ଜାଡେଜା ଅତ୍ୟଧିକ ରକ୍ଷାତ୍ମକ ଶୈଳୀରେ ଖେଳିବାରୁ ଭାରତ ହାରିଲା ବୋଲି କେତେକ ପ୍ରଶଂସକ କହିଛନ୍ତି । ଯାହାକୁ ନେଇ କୋଚ ଗୌତମ ଗମ୍ଭୀର ରାଗି ଯାଇଛି । ସେ ଜାଡେଜାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଲର୍ଡସରେ ଏକ ଅବିଶ୍ୱସନୀୟ ଇନିଂସ ଖେଳିଛନ୍ତି । ଭାରତ ୧୯୩ ରନର ଲକ୍ଷ୍ୟ ପିଛା କରି ୧୭୦ ରନରେ ଅଲଆଉଟ ହୋଇ ଯାଇଥିଲା । ଜାଡେଜା ୬୧ ରନ କରି ଅପରାଜିତ ରହିଥିଲେ ।
ଏହି ଅବସରରେ ମହମ୍ମଦ ସିରାଜ ମଧ୍ୟ ଜାଡେଜାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଜଡ୍ଡୁ ଭାଇଙ୍କ ପରି ଖେଳିବା ମିଳିବା ସହଜ ନୁହେଁ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସର୍ବଦା ସେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଲର୍ଡସ ଟେଷ୍ଟରେ ତାଙ୍କ ବ୍ୟାଟିଂ ମୋତେ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ବ୍ୟାଟିଂ କୋଚ ସୀତାଂଶୁ କୋଟାକ ମଧ୍ୟ ଜାଡେଜାଙ୍କୁ ପ୍ରଶଂସା କରିଥିଲେ । ଚାପ ଭରା ପରିସ୍ଥିତିରେ ଜାଡେଜା ସର୍ବଦା ଭଲ ପ୍ରଦର୍ଶନ କରନ୍ତି । ଯାହାକି ଅଧିକାଂଶ ଖେଳାଳି ପକ୍ଷେ ଦେଖିବାକୁ ମିଳି ନ ଥାଏ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ପଛୁଆ ରହିଛି । ୪ର୍ଥ ଟେଷ୍ଟରେ ବିଜୟ ହାସଲ କରି ସିରିଜରେ ତିଷ୍ଠି ରହିବା ପାଇଁ ଉଦ୍ୟମ କରିବୁ ବୋଲି ଗମ୍ଭୀର କହିଛନ୍ତି ।
Comments are closed.